ଓଡିଶାବାସୀଙ୍କୁ ଭୂଆଁ ବୁଲାଇବା ବନ୍ଦ କରୁବିଜେଡି- ପିତାମ୍ବର ଆଚାର୍ଯ୍ୟ
ଭୁବନେଶ୍ୱର– ପୂର୍ବରୁ ରାଜ୍ୟରେ ପଂଚାୟତ ଏବଂ ପୌର ନିର୍ବାଚନରେ ଓବିସି ଏବଂ ଏସଇବିିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଥିଲା ବେଳେ ରାଜ୍ୟ ସରକାର ନିଜ ଅପାରଗତା କାରଣରୁଏହାକୁ ରକ୍ଷା କରିପାରିଲେ ନାହିଁ । କିନ୍ତୁବିଜେଡିଏବେ ପଂଚାୟତ ନିର୍ବାଚନ ଏବଂ ପରବର୍ତୀ ନିର୍ବାଚନରେ ୨୭ ପ୍ରତିଶତଏହିବର୍ଗଙ୍କୁ ପ୍ରାର୍ଥୀ ଦେବାର କହି ମିଛ ବାହାସ୍ପୋଟ ମାରି ଓଡିଶାବାସୀଙ୍କୁ ଯେଉଁ ଭୂଆଁ ବୁଲାଉଛନ୍ତି ତାହାକୁ ବନ୍ଦ କରିବାକୁ ସାମ୍ବାଦିକ ସମ୍ମିଳନୀରେ କଡାଶବ୍ଦରେ ଆହ୍ୱାନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ।
ବିଜେଡିସରକାରଓବିସିମାନଙ୍କସ୍ୱାର୍ଥରକ୍ଷାକରିବାରେଚରମବିଫଳହୋଇଛି । ତେଣୁଓବିସିଙ୍କ ପାଇଁନିର୍ବାଚନରେ ୨୭ ପ୍ରତିଶତ ସରକ୍ଷଣକୁ ଆଇନରେ ପରିିଣତ କରିବା ପାଇଁ ବିଜେପି ପକ୍ଷରୁ ଆହ୍ୱାନ କରାଯାଇଛି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଓଡିଶାରେ ପଂଚାୟତ ନିର୍ବାଚନରେ ଆର୍ଥିକ ଅନଗ୍ରସର ଶ୍ରେଣୀଭୃକ୍ତ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ କିଛି ନୂଆ କଥା ନୁହେଁ । ପୂର୍ବରୁ ଓଡିଶାର ଲୋକାଲ ବଡି ନିର୍ବାଚନ ଆଇନରେ ଓଡିଶାର ଆଇନରେଏହି ୨୭ ପ୍ରତିଶତସଂରକ୍ଷଣରବ୍ୟବସ୍ଥାରହିଥିଲା । ୨୦୧୨ରେ ପଂଚାୟତ ନିର୍ବାଚନରେଓଡିଶା ଆଇନରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିଲା । ମାତ୍ରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପାରଗତା, ସମ୍ବେଦନହୀନତା କାରଣରୁ ଏହାକୁ ରକ୍ଷା କରାଗଲା ନାହିଁ ।
ଲୋକାଲବଡି ତଥା ପଂଚାୟତ, ପୌର ନିର୍ବାଚନ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଓଡିଶାରେ ଓବିସି ଓ ଏସଇବିସିଙ୍କ ପାଇଁ ୨୭ ପ୍ରତିଶତସଂରକ୍ଷଣର ପ୍ରାବଧାନ ଥିଲା । ୨୦୧୭ ମସିହାରେଜିଲ୍ଳା ପରିଷଦ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ଜଣେ ସୁବାଷ ଚନ୍ଦ୍ର ବିଶ୍ୱାଳଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଜିଲ୍ଲା ପରିଷଦ ନିର୍ବାଚନରେ ଓବିସି ବର୍ଗ ପାଇଁ ସଂରକ୍ଷଣ ରଖାଯାଇପାରିବ ନା ନାହିଁ ଥିଲା ଏହାର ବିଷୟବସ୍ତୁ । ଓଡିଶା ସରକାର ସେ ସମୟରେ ଯୁକ୍ତିଯୁକ୍ତ ବିଷୟ ଉପସ୍ଥାପନ କରିପାରିଲେ ନାହିଁ । ସବୁ କଥା କୋର୍ଟଉପରେଛାଡିଦେଇ ଓଡିଶା ସରକାରଏହି ମାମଲାରେ ବିଫଳ ହେଲେ ।
ତେଣୁ ବିଜେଡି ଦଳ ପଂଚାୟତ ନିର୍ବାଚନ ଏବଂ ପରବର୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆବର୍ଗଙ୍କୁ ପ୍ରାର୍ଥୀ ଦେବା କହି ଓଡ଼ିଶାବାସୀଙ୍କୁ ଭୁଆଁବୁଲାଇବା ବନ୍ଦକରନ୍ତୁ । ନିଜେ ମିଛକହି ଆମେ ଅନ୍ୟ ରାଜନୈତିକ ଦଳ ମାନଙ୍କୁ ୨୭ ପ୍ରତିଶତ ଆହ୍ୱାନ କରିବା ବିଜେଡିର ସଠତାପୂର୍ଣ୍ଣ ବିଚାରଧାରା । ତେବେ ନିଜ ଦଳରେ ୨୭ ପ୍ରତିଶତ ଓବିସି ଓ ଏସଇବିସିଙ୍କୁ ନିର୍ବାଚନରେ ସଂରକ୍ଷଣ ଦେଲେଏହା କିପରି ସ୍ୱାର୍ଥରକ୍ଷା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।