ଓଡ଼ଗାଁ ଏନଏସିରେ ନିର୍ମାଣ ହେବ ଇଣ୍ଡୋର ଷ୍ଟାଡ଼ିୟମ : ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ବିଜେଡ଼ିର ଶୋଭାଯାତ୍ରା

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଦ୍ୱାରା ୫ ଗୋଟି ଇଣ୍ଡୋର ଷ୍ଟାଡିୟମ ଯୋଗାଇ ଦିଆ ଯାଇଥିବା ବେଳେ ଓଡ଼ଗାଁ ବ୍ଳକରେ ଗୋଟିଏ ଇଣ୍ଡୋର ଷ୍ଟାଡ଼ିୟମ ନିର୍ମାଣ କରାଯିବ ବୋଲି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ ସାହୁ ସୂଚନା ଦେଇଥିଲେ । ଓଡ଼ଗାଁ ଏନଏସି ଅନ୍ତର୍ଗତ ହାଇସ୍କୁଲ ଖେଳ ପଡ଼ିଆ ଠାରେ ୬ କୋଟି ଟଙ୍କା ବ୍ୟୟରେ ଏହି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଅର୍ଥ ମଞ୍ଜୁର କାରଯାଇଛି । ନିକଟରେ କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା | ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ଠାରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଉଦେଶ୍ୟରେ ଆଜି ଅପରାହ୍ନରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋଭା ଯାତ୍ରାରେ ବ୍ଳକର ବିଭିନ୍ନ ପଂଚାୟତରୁ ଆସିଥିବା ଯୁବ ଖେଳାଳି ଏବଂ ବିଜେଡ଼ି କାର୍ଯ୍ୟକର୍ତାମାନେ ଯୋଗ ଦେଇଥିବା ବେଳେ ଓଡ଼ଗାଁ ଏନଏସିର ଯୁବ ଖେଳାଳି ମାନଙ୍କ ସହିତ କ୍ରୀଡ଼ାପ୍ରେମୀମାନେ ସାମିଲ ଦେଇଥିଲେ । ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁଙ୍କ ନେତୃତ୍ୱରେ ଆଜିର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ବିଭୁପ୍ରସାଦ ସାହୁ, ସୂର୍ଯ୍ୟନାରାୟଣ ଚୈାଧୁରୀ, ଦିବାକର ନାୟକ ଏବଂ ବ୍ଳକର ବିଭିନ୍ନ ପଂଚାୟତର ଜନ ପ୍ରତିନିଧି ମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।

Leave A Reply

Your email address will not be published.