ମୋବାଇଲ ଟାୱାର ପାଇଁ ପାଣିମୁରା ପଞ୍ଚାୟତ ବାସୀଙ୍କ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

0

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ପାଣିମୁରା ପଞ୍ଚାୟତରେ ମୋବାଇଲ ଟାୱାର ପାଇଁ ଶୁକ୍ରବାର ପଞ୍ଚାୟତ ବାସୀ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ପଞ୍ଚାୟତଟି ରେଢ଼ାଖୋଲ ସଦର ମହକୁମା ଠାରୁ ମାତ୍ର ୨୫ କିମି ଦୁର ହେବ ହେଲେ ଆଜି ପର୍ଯ୍ୟନ୍ତ ସ୍ବାଧୀନ ଭାରତର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନାକଟିଦେଉଳ ବ୍ଳକର ପାଣିମୁରା ପଞ୍ଚାୟତରେ ନେଟୱର୍କ ନାହିଁ । ତେଣୁ ପାଣିମୁରା ଗ୍ରାମବାସୀ ମୋବାଇଲରେ କଥା ହେବାକୁ ହେଲେ ଗ୍ରାମରୁ ନ‌ଅ କିମି ଏକ ଉଚ୍ଚ ସ୍ଥାନକୁ ଯାଇ କଲ କରନ୍ତି । ଦୀର୍ଘ ଦିନ ହେବ ଏକ ଟାୱାର ପାଇଁ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଠାରେ ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ଏବେ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ସଂଙ୍ଗେ ସ୍ବାସ୍ଥ୍ୟ ସେବାପାଇଁ ପୂରା ପଞ୍ଚାୟତ ବାସୀ ବଞ୍ଚିତ ଅଛନ୍ତି ତେଣୁ ଯଥାଶୀଘ୍ର ପଞ୍ଚାୟତରେ ନେଟୱର୍କ ସୁବିଧା କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଯଦି ନେଟୱାର୍କର ସୁବିଧା କରାନଯାଏ ଆଗାମୀ ଦିନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏଥିରେ ପାଣିମୁରା ପଞ୍ଚାୟତର ସରପଞ୍ଚ ସନ୍ତୋଷିନୀ ସାହୁ, ରୀନା ସାହୁ , ପ୍ରିୟମ୍ବଦା ସମର୍ଥା , ସୁବାସିନୀ ପୁରେଖ , ପଙ୍କଜିନୀ ମଲ୍ଳିକ , ଗାୟତ୍ରୀ ସମିକ , ସଂଯୁକ୍ତା ନାଏକ , ଉପାସି ଭୋଇ , ହେମଲତା ନାଏକଙ୍କ ସହ ବହୁ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.