ଖପ୍ରାଖୋଲ ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

0

ପାଟଣାଗଡ଼(ଯତୀନ୍ଦ୍ର ନନ୍ଦ ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ତହସିଲଦାର ପଦବୀ ଖାଲି ପଡିଥିବା ବେଳେ ଇତିମଧ୍ୟରେ ନୂତନ ତହସିଲଦାର ଶ୍ରୀ ଆଦିତ୍ୟ କୁମାର ମିଶ୍ର ଯୋଗ ଦେଇଛନ୍ତି | ତେବେ ନୂତନ ଭାବେ ଯୋଗ ଦେଇଥିବା ଆଦିତ୍ୟ କୁମାର ମିଶ୍ର ଗତ ବୁଧବାର  ଦିନ  ତହସିଲଦାର ଧିରେଜ ପାତ୍ରଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ । ପ୍ରକାଶ ଯୋଗ୍ୟକି,ଗତ ଅକ୍ଟୋବରରୁ ତହସିଲଦାର ନିରଞ୍ଜନ ନାଏକଙ୍କ ବଦଳି ପରେ ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧିରେଜ ପାତ୍ର ଭାରପ୍ରାପ୍ତ ତହସିଲଦାର ଭାବେ ଯୋଗଦେଇ କାର୍ଯ୍ୟ ତୁଲାଉ ଥିଲେ । ତହସିଲଦାର ଶ୍ରୀ ମିଶ୍ର ରାଉରକେଲା ସବରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିଲେ!!

Leave A Reply

Your email address will not be published.