ସମ୍ ପ୍ରଫେସର ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ

0

ଭୁବନେଶ୍ୱର:ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର କର୍ଣ୍ଣ, ନାସା ଓ ଗଳା (ଇଏନ୍ଟି) ତଥା ମୁଣ୍ଡ ଓ ବେକ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ସନ୍ତୋଷ କୁମାର ସ୍ୱାଇଁ ୨୦୨୧ ନିମନ୍ତେ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ନିଜ ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଦେଇଥିବା ମାର୍ଗଦର୍ଶନ ଓ ସୁଦୂରପ୍ରସାରୀ ଜ୍ଞାନ ପ୍ରଦାନକୁ ଦୃଷ୍ଟିରେ ରଖି ପ୍ରଫେସର ସ୍ୱାଇଁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଦ୍ୱିତୀୟ ପ୍ରଫେସର ଭାବେ ପ୍ରଫେସର ସ୍ୱାଇଁଙ୍କୁ ୨୦୨୧ରେ ଏହି ସମ୍ମାନ ପ୍ରଦାନ
କରାଯାଇଥିବା ବେଳେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ନେଇ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଜରିଆରେ ‘ଚଳିତ ବର୍ଷର ଶ୍ରେଷ୍ଠ ପ୍ରଫେସର’ ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।ପ୍ରଫେସର ସ୍ୱାଇଁଙ୍କ ନାମରେ ୨୦୦ରୁ ଅଧିକ ରିସର୍ଚ୍ଚ ପେପର ରହିଥିବା ବେଳେ ତାହା ଜାତୀୟ ଏବଂ ଆନ୍ତର୍ଜାତୀକ ସ୍ତରରେ ବିଭିନ୍ନ ଜର୍ନାଲ୍ରେ ପ୍ରକାଶ ପାଇଛି ଏବଂ ସେ ଏମ୍ବିବିଏସ୍ ଏବଂ ଏମ୍ଏସ୍/ଏମ୍ଡି ଛାତ୍ରଛାତ୍ରୀଙ୍କ ପାଇଁ ୯ଟି ପୁସ୍ତକ ରଚନା କରିଛନ୍ତି ।
ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟର (ବିବିଆରସି )ର ନିର୍ଦ୍ଦେଶକ ତଥା ବିଶିଷ୍ଟ ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ମଧ୍ୟ ଚଳିତ ବର୍ଷ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

Leave A Reply

Your email address will not be published.