ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ) : ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ସ୍ଵାତି ପଟ୍ଟନାୟକ, ଭଦ୍ରକ ଅବକାରୀ ନିରୀକ୍ଷକ କ୍ରିତିଶ ଦାସ ,ରେଞ୍ଜ (2) ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଆଜି ଚଢାଉ ରେ ମିର୍ଜାପୁର , ନାଥସାହି , କେନ୍ଦୁଆ ପଦା ଅଞ୍ଚଳ ରେ ୪୧୦ ଲିଟର ଦେଶି ମଦ ,୨୨୫୦ ପୋଚ ସହ ୧ ଟି ବାଇକ ଜବତ କରାଯାଇଛି । ଏହି ମଦ କାରବାର ରେ ସଂପୃକ୍ତ ଥିବା ମୋଟ ୭ ଜଣ ଆସାମୀ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।ଉକ୍ତ ଚଢାଉରେ ଏ.ଏସ୍.ଆଇ ଭବେଶ ଦାସ, ପ୍ରହଲ୍ଲାଦ ସାମଲ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଞ୍ଜନ ସେଠୀ, ଖଗେଶ୍ୱର ଜେନା ଓ ଅନବାଦିତ୍ୟ ବାରିକ ପ୍ରଭୃତି ସାମିଲ ଥିଲେ |।
Sign in
Sign in
Recover your password.
A password will be e-mailed to you.
Next Post