ଶ୍ରୀମନ୍ଦିର ପରିଚାଳନା କମିଟି ପୂନର୍ଗଠିତ; ୧୦ ନାମକୁ ସରକାରଙ୍କ ମୋହର

0

ପୁରୀ(ଅନିମେଶ ପଟ୍ଟନାୟକ) : ପୁନର୍ଗଠିତ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ନୂଆ କମିଟି ପାଇଁ ସରକାର ୧୦ ଜଣଙ୍କ ନାଁକୁ ମୋହର ମାରିଛନ୍ତି ।
ସୂଚନା ଅନୁଯାଇ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ମୁକ୍ତିମଣ୍ଡପର ପ୍ରତିନିଧିତ୍ୱ କରିବେ। ମାଧବ ଚନ୍ଦ୍ର ପୂଜାପଣ୍ଡା ପୂଜାପଣ୍ଡା ନିଯୋଗ, ଜଗନ୍ନାଥ କର ପୁଷ୍ପାଳକ ନିଯୋଗ, ମାଧବ ଚନ୍ଦ୍ର ମହାପାତ୍ର ପ୍ରତିହାରୀ ନିଯୋଗ, ଅନନ୍ତ ତିଆଡ଼ି ସୁଆର ମହାସୁଆର ନିଯୋଗ, ଦୁର୍ଗା ପ୍ରସାଦ ଦାସମହାପାତ୍ର ଦଇତାପତି ନିଯୋଗ, ରାଧାବଲ୍ଲଭ ମଠ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ବିଭିନ୍ନ ମଠ ପକ୍ଷରୁ, ଓ ଅନ୍ୟ ସଂସ୍ଥାରୁ ପ୍ରତିନିଧିତ୍ୱ କରିବେ।
ସେହିପରି ଚାର୍ଟାଡ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ର, ପଦ୍ମ ଭୂଷଣ ଡଃ ରମାକାନ୍ତ ପଣ୍ଡା, ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନବଗଠିତ ପରିଚାଳନା କମିଟିରେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.