ବରଗଡ଼ରେ ନିର୍ମାଣ ହେବ କ୍ୟାନ୍ସର କେୟାର ହସ୍ପିଟାଲ

0

ନିର୍ମାଣ ବାବଦକୁ ବ୍ୟୟ ହେବ ପ୍ରାୟ ନବେ କୋଟି ଟଙ୍କା

ବରଗଡ :- ବରଗଡ଼ ଜିଲ୍ଲା ବାସୀ ଙ୍କର ବରଗଡ଼ ଠାରେ ଏକ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ବହୁଦିନରୁ ଦାବି ରହି ଆସୁଥିଲା । କାରଣ ବରଗଡ଼ ଅଂଚଳରେ ରହିଛନ୍ତି ବହୁ କେଂସର ରୋଗୀ । ଯେଉଁମାନେ କି ଉପଯୁକ୍ତ ଚିକିତ୍ସା ପାଇଁ ସୁଦୂର ଭୁବନେଶ୍ୱର କିମ୍ବା ରାଜ୍ୟ ବାହାରକୁ ଯାଇ ଅଯଥାରେ ଅନେକ ହଇରାଣ ହୋଇଥାନ୍ତି । କିନ୍ତୁ ଆଜି ରାଜ୍ୟ ସରକାର ଙ୍କର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ବାସୀଙ୍କର ପାଇଁ ଆସିଛି ଏକ ଖୁସିର ଖବର । ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି କରାଯାଇଥିବା ପତ୍ର ସଂଖ୍ୟା 22817 ତାରିଖ 11 /08 / 21 ଅନୁସାରେ ବରଗଡ଼ ରେ ନବେ କୋଟି ସତେଇସ ଲକ୍ଷ ଟଙ୍କା ବ୍ୟୟରେ G+5 କ୍ୟାନ୍ସର କେୟାର ହସ୍ପିଟାଲ ନିର୍ମାଣ କରାଯିବାର ଘୋଷଣା କରାଯାଇଛି ।ଏହି ହସ୍ପିଟାଲରେ ଗ୍ରାଉଣ୍ଡ ଫ୍ଲୋର ସହିତ ସମୁଦାୟ ଛଅ ଗୋଟି ଫ୍ଲୋର ରହିବ । ରୋଗୀଙ୍କର ପାଇଁ ଅଲଗା ଅଲଗା ଫ୍ଲୋରରେ ଅଲଗା ଅଲଗା ବ୍ୟବସ୍ଥା ରହିବ । ବରଗଡ଼ ଜିଲ୍ଲାବାସୀ ଙ୍କର ଦାବିକୁ ହୃଦୟର ସହିତ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କ୍ରମେ ରାଜ୍ୟ ସରକାର ଙ୍କର ଦ୍ୱାରା ଘୋଷଣା କରାଯାଇଥିବା ଏହି ହସ୍ପିଟାଲର କାର୍ଯକ୍ଷମ ହେଲେ ବରଗଡ଼ ସହିତ ଆଖପାଖ ଜିଲ୍ଲା ର ଅନେକ ରୋଗୀ ଉପକୃତ ହେବେ । ବରଗଡ଼ ଜିଲ୍ଲାରେ ହେବାକୁ ଥିବା ଏହି ହସ୍ପିଟାଲ ପାଇଁ ବରଗଡ଼ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ଜିଲ୍ଲାର  ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ରାଜ୍ୟସଭା  ସଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ବିଧାୟିକା ଶ୍ରୀମତୀ ରୀତା ସାହୁ ,  ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଓ ଶ୍ରୀ ଦେବେଶ ଆଚାର୍ଯ୍ୟ ଙ୍କୁ ମଧ୍ୟ ତାଙ୍କର ପ୍ରୟାସ ପାଇଁ ଅନେକ ଅନେଜ କୃତଜ୍ଞତା ଜ୍ଞାପନ କରୁଛି ବରଗଡ଼ ବିଜୁ ଯୁବ ଜନତା ଦଳ ।

Leave A Reply

Your email address will not be published.