ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବିନ ପଟ୍ଟନାୟକଙ୍କ ନିର୍ଦେଶ ଅନୁସାରେ ପାରାଦୀପ ବିଜୁ ଜନତା ଦଳ ତରଫରୁ ଆମ ସହର, ଆମ ଉନ୍ନତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଜୟଦେବ ସଦନ ଛକ ନିଟସ୍ଥ ସେଲ୍ ଅଫିସ ପଡିଆରେ ଆୟୋଜିତ ବିଶାଳ ସମାବେଶରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରାଜ୍ୟ ବିଜେଡି ଉପସଭପତି ମନ୍ତ୍ରୀ ଡ.ଦାମୋଦର ରାଉତ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ବେଳେ ମନ୍ତ୍ରୀ ତଥା ଦଳୀୟ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ ସାମଲ, ମନ୍ତ୍ରୀ ପ୍ରଦିପ ମହାରଥୀ, ଜଗତସିଂହପୁର ସାଂସଦ ଡ.କୁଳମଣୀ ସାମଲ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ପୂର୍ବତନ ବିଧାୟିକା ପ୍ରମିଳା ମଲ୍ଲିକ, ତିର୍ତ୍ତୋଲ ବିଧାୟିକା ଡ. ରାଜଶ୍ରୀ ମଲ୍ଲିକ, ବିଧାୟକ ଦେବାଶିଷ ନାୟକ ଏବଂ ଯୁବନେତା ସମ୍ବିତ ରାଉତରାୟ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଏହି ସମାବେଶରେ ପାରାଦୀପ ସହରର ଉନ୍ନତି ପାଇଁ ବସ୍ତିଥଇଥାନ, ବିଦ୍ୟୁତକରଣ, ପାନୀୟଜଳ, ରାସ୍ତା, ଡ୍ରେନ, କଲ୍ୟାଣ ମଣ୍ଡପ, ପାର୍କ, ପ୍ରଭୃତି ବିକାଶ ମୁଳକ କାର୍ଯ୍ୟରେ ସବିଶେଷ ଆଲୋଚନା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାରାଦୀପ ସହର ପାଇଁ ଉନ୍ନତି ମୂଳକ ତଥା ଜନକଲ୍ୟାଣ ଯୋଜନା ବାର୍ତା ପ୍ରଦାନ କରିଥିଲେ । ଏହି ସମାବେଶରେ ପାରାଦୀପ ପୌରାଞ୍ଚଳ ୧୯ ଗୋଟି ୱାର୍ଡରେ ପ୍ରାୟ ୧୦୦୦ ପାଖାପାଖି ଦଳୀୟ କର୍ମୀ କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପାରାଦୀପ ବିଜୁ ଜନତା ଦଳର ସଭାପତି ସୁମନ୍ତ କୁମାର ବିଶ୍ୱାଳ ଓ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ପରିଚାଳନା କରିଥିଲେ । ସଭା ସ୍ତଳରେ ମନ୍ତୀ ଡ. ଦାମୋଦର ରାଉତ ବିଜୁଯୁବ ଜନତା ଦଳର ସଭାପତି ଭାବରେ ଆଲୋକ କୁମାର ମହାପାତ୍ରଙ୍କୁ ଘୋଷଣା କରିଥିଲେ । ଆଲୋକ କୁମାର ମହାପାତ୍ରଙ୍କ ନେତ୍ରୁତ୍ୱରେ ଏକ ବିରାଟ ରାଲିରେ ଅତିଥିମାନଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ପାରାଦ୍ୱୀପର ପୈାରପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳଙ୍କ କାର୍ଯ୍ୟକଳାପକୁ ନିମନ୍ତ୍ରିତ ଅତିଥିମାନେ ପ୍ରଶଂସିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.