ମହାନଦୀରେ ଜଳପ୍ରବାହ ୫୦% କମି ଯାଇଛି , ନଦୀ କୂଳେ କୂଳେ ସୃଷ୍ଟି ହେବ ୫୦୦ କିମି ଜଙ୍ଗଲ 

0

 

ଭୁବନେଶ୍ୱର ରୁ ରାମ ଚନ୍ଦ୍ର ପଣ୍ଡା :  ମହାନଦୀ ଓଡ଼ିଶାର ଜୀବନ ରେଖା,ଛତିଶଗଡ ଉପରମୁଣ୍ଡରେ ବନ୍ଧ ବାନ୍ଧିବା ପରେ ଅବସ୍ଥା ଖରାପ ହୋଇଯାଇଛି।ମହାନଦୀରେ ପ୍ରବାହିତ ହେଉଥିବା ଜଳ ର ପରିମାଣ ୫୦% କମିଯାଇଛି ଏବଂ ନଦୀ ଗର୍ଭ ମଧ୍ୟ ପୋତି ହୋଇଯାଉଛି।ତେଣୁ ଜଙ୍ଗଲ ବିଭାଗ ଅଭିନବ ପନ୍ଥା ଅବଲମ୍ବନ କରିବାକୁ ଯାଉଛି ।ଓଡିଶାରେ ୫୦୦ କିମି ମହାନଦୀ ପ୍ରବାହିତ ହେଉଛି, ତେଣୁ ମହାନଦୀର ଉଭୟ ପାର୍ଶ୍ଵ ରେ ଗଛ ଲଗାଯାଇ କୃତିମ ଜଙ୍ଗଲ ସୃଷ୍ଟି କରାଯିବ,ଓ ଯେଉଁଠି ଘରୋଇ ଚାଷଜମି ଥିବା ସେଠାରେ ଧାନ ଚାଷ ନକରି ବିଭିନ୍ନ ଫଳ ଗଛ ଲଗାଇବା ପାଇଁ କୃଷି ବିଭାଗ ସହ ଆଲୋଚନା ହୋଇଛି।ଏହି ଯୋଜନା ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ ,ପ୍ରଥମ ପର୍ଯ୍ୟାୟରେ ୨ ରୁ ୩ କୋଟି ଗଛ ଲଗାଯିବାର ଯୋଜନା ରହିଛି।ପର୍ଯ୍ୟାୟ କ୍ରମେ ୫୦୦ କିମି ପୁରଣ କରାଯିବ।ଏଥିପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡ଼ାଯିବ,ଏବଂ ବନ ସୁରକ୍ଷା କମିଟି ଗଢ଼ାଯିବ।ଫଳରେ ନଦୀ ଗର୍ଭ ଆଉ ପୋତିହେବନି ଏବଂ ଜଳ ସ୍ତର ବୃଦ୍ଧିପାଇବ।ସଚିବାଳୟରେ ଏଭଳି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

Leave A Reply

Your email address will not be published.