ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ 

0

18-07-18-Samabaya-apananka-.jpg - 92.46 kB

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) – ବାଲେଶ୍ୱର – ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଭଦ୍ରକ ଶାଖା ଅଧିନସ୍ଥ ବ୍ରହ୍ମପୁର ସେବା ସମବାୟ ସମିତି ପକ୍ଷରୁ ‘ସମବାୟ  ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ନିର୍ଦ୍ଦେଶକ  ତଥା ବ୍ରହ୍ମପୁର ସେବା ସମବାୟ ସମିତିର ସଭାପତି ହେମନ୍ତ କୁମାର ପାଢୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଯୋଗ ଦେଇ ଗାଁ ଗହଳିର ଚାଷୀମାନଙ୍କର ଆର୍ଥôକ ଉନ୍ନତି ପାଇଁ ସମିତିରୁ ସୁଯୋଗ ନେବାକୁ ଅନୁରୋଧ କରିବା ସହିତ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ନେଇଥିବା କଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଶାଖାର ଏଜିଏମ୍ ଅଶ୍ୱିନୀ କୁମାର ନାୟକ ଯୋଗ ଦେଇ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ମାଧ୍ୟମରେ ଭାଗ ଚାଷ କରୁଥିବା ଚାଷୀମାନେ କିପରି ୧ ପ୍ରତିଶତ ସୁଧରେ ଋଣର ପାଇ ପାରିବେ ସେ ବିଷୟରେ ବକ୍ତବ୍ୟ ରଖିଥଲେ । ଏହାଛଡା ବ୍ୟାଙ୍କରେ ସୁରୁଖୁରୁରେ କିପରି ଜମାଖାତା ଖୋଲା ଯାଇ ପାରୁଛି, ସେ ବିଷୟରେ ସେ ଚାଷୀମାନଙ୍କୁ ଅବଗତ କରାଇଥିଲେ । ଅନ୍ୟତମ ଅତିଥି ବିଧାୟକଙ୍କ ପ୍ରତିନିଧି ରାଧାକାନ୍ତ ସାମଲ ଯୋଗ ଦେଇ ଚାଷୀମାନେ କିପରି ସମିତିରୁ ଋଣ ନେଇ ଉପକୃତ ହୋଇ ପାରିବେ ତାହା ବିସ୍ତୃତ ଭାବେ କହିଥିଲେ । ସଭାପତି ପାଢୀ ତାଙ୍କ ବକ୍ତବ୍ୟରେ ସମିତି କିପରି ଚାଷୀମାନଙ୍କ ସେବା କରୁଛି ସେ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେଦାରପୁର ପଞ୍ଚାୟତ ସରପଞ୍ଚ ଭରତ ଚନ୍ଦ୍ର ତ୍ରିପାଠୀ, ଏସ୍.ଆର୍.ସି.ଏସ୍ ଶିବ ପ୍ରସାଦ ଲେଙ୍କା ଅତିଥି ଭାବେ ଯୋଗ ଦେଇଥିଲେ । ସମିତିର ସଂପାଦକ ବିଷ୍ଣୁ ମୋହନ ଘଡେଇ, ସହ ସଂପାଦକ ଅଭିମନ୍ୟୁ  ଆରଖ, ପ୍ରିୟବ୍ରତ ବଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ୨୭ଜଣ ମହିଳା ଚାଷୀଙ୍କୁ ବିଧାୟକ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଚାଷୀଙ୍କୁ ମୋବାଇଲ ଯୋଗାଣ ଯୋଜନାରେ ମୋବାଇଲ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସମିତିର ୫ଶହରୁ ଉଦ୍ଧ୍ୱର୍ ସଭ୍ୟସଭ୍ୟା ଯୋଗ ଦେଇଥିଲେ । ଶେଷରେ ସଭାପତି ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।  

Leave A Reply

Your email address will not be published.