ହକି ପ୍ରଶିକ୍ଷାର୍ଥୀଙ୍କ ଗହଣରେ ବିଜୟ ଉତ୍ସବ ପାଳିଲେ କ୍ରୀଡ଼ାମନ୍ତ୍ରୀ

0 2

 ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର(ଶାସକ ପ୍ରଶାସକ) -ଭାରତୀୟ ପୁରୁଷ ହକି ଦଳ ଆଜି ଟୋକିଓ ଅଲିମ୍ପିକରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଭାରତୀୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହକି ପ୍ରଶିକ୍ଷାର୍ଥୀଙ୍କ ଗହଣରେ ଉତ୍ସବ ପାଳନ କରିଛନ୍ତିା ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମସ୍ତ ହକିପ୍ରେମୀମାନଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତିା 

ଆଜି ମନ୍ତ୍ରୀ ଶ୍ରୀ ବେହେରା କଳିଙ୍ଗ ଷ୍ଟାଡିୟମସ୍ଥିତ  ହକି ହାଇପରଫର୍ମାନ୍ସ ସେଣ୍ଟର ପରିସରରେ ହକି ଖେଳାଳୀଙ୍କୁ ମିଠା ଖୁଆଇବା ସହ ଅଲିମ୍ପିକ୍ ବିଜୟର ଉତ୍ସବ ପାଳନ କରିଥିଲୋ ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଭାରତୀୟ ପୁରୁଷ ହକି ଦଳ ଆଜି ନିଜର ଅଦମ୍ୟ ପରାକାଷ୍ଠା ସହ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ହାସଲ କରିଛିା ଆଜିର ଦିନ ସମଗ୍ର କ୍ରୀଡ଼ା ଇତିହାସରେ ଏକ ଗୌରବମୟ ଦିନ ହୋଇ ରହିବା ସହ ଆଗାମୀ ପିଢ଼ିର ଖେଳାଳୀମାନଙ୍କୁ ବେଶ୍ ପ୍ରେରଣା ଯୋଗାଇବା ଆସନ୍ତକାଲି ଭାରତୀୟ ମହିଳା ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବାକୁ ଯାଉଥିବାବେଳେ ଆଜିର ଉତ୍ସାହ ସେମାନଙ୍କୁ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତିା 

ବିଗତ ୮/୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ା ପ୍ରତି ଭଲପାଇବା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ତାଙ୍କ ପ୍ରତିବଦ୍ଧତା ଆଜି ଆମକୁ ସଫଳତାର ସୋପାନରେ ପହଞ୍ଚାଇପାରିଛିା ମାନ୍ୟବର ମୁଖ୍ୟମନ୍ତ୍ରୀ ଭାରତର ପୁରୁଷ ଓ ମହିଳା ହକି ଦଳକୁ ୫ ବର୍ଷ ପାଇଁ ପ୍ରାୟୋଜନ କରିବା ପାଇଁ ଯେଉଁ ନର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଆମେ ତାକୁ ପାଳନ କରିଆସୁଛୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତିା 

ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରି ଭାରତୀୟ ପୁରୁଷ ହକି ଦଳ ଆଜି ଯେଉଁ  ଅଭୁତପୂର୍ବ ବିଜୟ ହାସଲ କଲେ ତାହା ବର୍ତ୍ତମାନର କ୍ରୀଡାବିତଙ୍କୁ ବେଶ୍ ପ୍ରେରଣା ଯୋଗାଇବା ଏହି ପରିପ୍ରେକ୍ଷୀରେ ଆଗାମୀ ପିଢ଼ିର ଖେଳାଳୀମାନଙ୍କ ଲାଗି ଆମ ସରକାର ସ୍ପୋନସର୍ସିପ୍ ସହ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା, ହାଇ ପରଫର୍ମାନ୍ସ ସେଣ୍ଟର ଏବଂ ତୃଣମୂଳ ସ୍ତରରୁ କୋଚିଂ ପ୍ରଦାନ ଲାଗି ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ନିଶ୍ଚିତ ଭାବେ ଫଳପ୍ରଦ ହେବା ଆମର ଦୃଢ଼ ପ୍ରଚେଷ୍ଠା ଆଗାମୀ ଦିନରେ ଓଡ଼ିଶାରେ ବହୁତ ଭଲ ଖେଳାଳୀ ସୃଷ୍ଟି କରି ଆମ ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ ଆଣିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତିା 

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଭାରତୀୟ ଦଳର ସମସ୍ତ ଖେଳାଳୀ, କୋଚ, ଅଫିସିଆଲ୍, ହକି ଇଣ୍ଡିଆ, ଅନ୍ତର୍ଜାତୀୟ ହକି ଫେଡେରେସନ୍ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଟୋକିଓ ମାଟିିରେ ଭାରତୀୟ ବିଜୟ ପତାକା ଉଡ଼ାଇଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତିା 

 

Leave A Reply

Your email address will not be published.