ଅଲିମ୍ପିକ ପଦକ ବିଜୟୀ ଭାରତୀୟ ହକି ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

0 2

ଭୁବନେଶ୍ୱର ( ଶାସକ ପ୍ରଶାସକ) ଅଲିମ୍ପିକ ପଦକ ବିଜୟୀ ଭାରତୀୟ ହକି ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୪୧ ବର୍ଷ ପରେ ଭାରତକୁ ଏହି ବିରଳ ଗୌରବ ଆଣିଦେଇଥିବା ଯୋଗୁ ଟିମର ସମସ୍ତ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଥିଲେ ଅଭିନନ୍ଦନ | ଭାରତୀୟ ହକି ଦଳର ଏ ଉଲ୍ଲେଖନୀୟ ସଫଳତା ପାଇଁ ସମଗ୍ର ଦେଶ ଓ ବିଶେଷ କରି ଓଡିଶାବାସୀ ବିଶେଷ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଆଲୋଚନା ବେଳେ କହିବା ସହ ଆସନ୍ତା ୧୬ ତାରିଖ ଦିନ ବିଜୟୀ ଭାରତୀୟ ହକି ଦଳ ସହ ଭୁବନେଶ୍ୱରରେ ଦେଖା କରିବା ପାଇଁ ସେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ବୋଲି ମଧ୍ୟ କହିଥିଲେ | 

Leave A Reply

Your email address will not be published.