ଭାରତରେ  ଆଜି ୪୨,୯୮୨ ନୂଆ କୋଭିଡ ମାମଲା : ଓଡ଼ିଶାରେ ଆଉ ୧୩୪୨ ନୂଆ କେଶ ଚିହ୍ନଟ

0 2

ଭୁବନେଶ୍ୱର : ଭାରତରେ  ଆଜି ୪୨,୯୮୨ ନୂଆ କୋଭିଡ ମାମଲା ଚିହ୍ନଟ ହୋଇଛି | ଗତକାଲି ଠାରୁ ସାମାନ୍ୟ ବୃଦ୍ଧି ପାଇଛି। ଦେଶରେ 533 ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ଦୈନିକ ପଜିଟିଭିଟି ହାର 2.58 ପ୍ରତିଶତରେ ରହିଛି | 

ସେପଟେ ଓଡ଼ିଶାରେ ଆଉ ୧୩୪୨ ନୂଆ କେଶ ଚିହ୍ନଟ ହୋଇଛି | ଗତକାଲି ଠାରୁ ଆଜି ସାମାନ୍ୟ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି | ଗତ ରବିବାର ୧୪୩୭ ମାମଲା ଚିହ୍ନଟ ହୋଇଥିବା ବେଳେ ସୋମବାର ଦିନ ତାହା ୧୦୩୨କୁ ଖସିଥିଲା | ହେଲେ ମଙ୍ଗଳବାର ଠାରୁ ମାମଲା ଲଗାତାର ଭାବେ ବଢ଼ିବାରେ ଲାଗିଛି | ମଙ୍ଗଳବାର ଦିନ ମାମଲା ସଂଖ୍ୟା ୧୧୨୯ ରହିଥିବା ବେଳେ ବୁଧବାର ଦିନ ୧୩୧୫କୁ ବୃଦ୍ଧି ପାଇଥିଲା | ଆଉ ଆଜି ତାହା ସାମାନ୍ୟ ବଢି ୧୩୪୨ରେ ପହଂଚିଛି | 

 

Leave A Reply

Your email address will not be published.