ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କାର୍ଯ୍ୟାଳୟ ସ୍ଥିତ ରାଜୀବ ଗାନ୍ଧୀ ସଭା ଗୃହ ଠାରେ ମଙ୍ଗଳବାର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ଗାଇଡ ଲାଇନ ମୁତାବକ କଟକଣା ସହ ନିରାଡମ୍ବର ଭାବେ ପାଳନ ପାଇଁ ଆଲୋଚନା ହୋଇଥିଲା। ଚଳିତ ବର୍ଷ ରେଢ଼ାଖୋଲ ଉପଖଣ୍ଡରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଉତ୍ସଵରେ ପ୍ୟାରେଡ ହେବନାହିଁ ।ସ୍ଥାନୀୟ କଦମ୍ବ ପଡିଆରେ ଉସ୍ଚବ ପାଳନ ସହ କେବଳ କରୋନା ଯୋଦ୍ଧା ଯଥା ସାମ୍ବାଦିକ ,ଡାକ୍ତର , ନର୍ସ , ସ୍ବାସ୍ଥ୍ୟ କର୍ମୀ , ସଫେଇ କର୍ମଚାରୀ ସାମିଲ ହେବେ । ଉକ୍ତ ବୈଠକରେ ବିଡ଼ିଓ ପରୀକ୍ଷିତ ସାହୁ , ତହସିଲଦାର ବେର୍ସିୟସ ଡୁଙ୍ଗ୍ ଡୁ୍ଙ୍ଗ୍ , ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ , ଏଇଇ ବୀରବର ବେହେରା , ଡାକ୍ତରଖାନା ସୁପରିଟେଣ୍ଡେଟ ଡଃ ରାମକୃଷ୍ଣ ପତି , ଓକିଲ ସଂଘ ସଭାପତି ଗଣେଶ୍ୱର ପ୍ରଧାନ , ଏନଏସି ନୀର୍ବାହୀ ଅଧିକାରୀ (ଇଓ)କନିକା ଚକ୍ରବର୍ତ୍ତୀ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ , ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ପ୍ରଧାନ , ସୁଶାନ୍ତ ନାଗ , ଅନିଲ ପୃଷ୍ଟି , ତପନ ବିଶ୍ଵାଳ, ସରୋଜ ସାହୁଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହାରାଧନ ମେଣ୍ଡୁଳୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.