ରଘୁନାଥ ସମବାୟ ମହାବିଦ୍ୟାଳୟର ଶତପ୍ରତିଶତ ସଫଳତା

0 2

+୨ ବିଜ୍ଞାନ ପରୀକ୍ଷାରେ ୫୬୪ ନମ୍ବର ରଖି ମିନାକ୍ଷୀ ରାଉତ କଲେଜ ଟପ୍ପର

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ରବିବାର ଅପରାହ୍ନରେ ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ରଘୁନାଥ ସମବାୟ ମହାବିଦ୍ୟାଳୟ +୨ ବିଜ୍ଞାନ ଛାତ୍ରୀ ମୀନାକ୍ଷୀ ରାଉତ ୫୬୪ ତଥା ୯୪ ପ୍ରତିଶତ ନମ୍ବର ରଖି ଓଡ଼ଗାଁ କଲେଜ ଟପର ହୋଇଛନ୍ତି । ରୁଦ୍ର ପ୍ରସାଦ ବେହେରା ୫୫୮ ତଥା ୯୩ ପ୍ରତିଶତ ରଖି ଦିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏବଂ ଲକ୍ଷ୍ମୀ ପିୟା ପଟ୍ଟନାୟକ ୫୫୫ ତଥା ୯୩ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ଉତିନ୍ନ ହୋଇ କଲେଜ ପାଇଁ ଗୈାରବ ଆଣିଦେଇଛନ୍ତି । ଚଳିତ ବର୍ଷ ୧୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୦ ଜଣ ପ୍ରଥମ ଶ୍ରେଣୀ ଓ ୧୧ ଜଣ ଦ୍ଵିତୀୟ  ଶ୍ରେଣୀରେ ଉତ୍ତୀର୍ଣ  ହୋଇଛନ୍ତି । ପରୀକ୍ଷା ଦେଇଥିବା ସମସ୍ତ ୧୩୧ ଜଣ ଛାତ୍ରଛାତ୍ରୀ ପାସ କରିଥିବାରୁ କଲେଜର ଶତପ୍ରତିଶତ ଫଳାଫଳ ହୋଇପାରିଛି । ଓଡ଼ଗାଁ କଲେଜର ପ୍ରଥମ କରି ଶତକଡ଼ା ୯୪ ପ୍ରତିଶତ ନମ୍ବର ରଖି ମୀନାକ୍ଷୀ ଉତ୍ତୀର୍ଣ ହୋଇ କଲେଜର ସମସ୍ତ ପୁରୁଣା ରେକର୍ଡ  ଭାଙ୍ଗିଥିବା ବେଳେ କଲେଜର ପାସହାର ପ୍ରଥମକରି ଶତପ୍ରତିଶତ ହୋଇଥିବାରୁ କଲେଜ ଇତିହାସରେ ଗୋଟିଏ ନୂଆ ରେକର୍ଡ ଯୋଡ଼ି ହୋଇଛି ।  ଏହି ସଫଳତା ପାଇଁ କଲେଜର ମ୍ୟାନେଜିଂ କମିଟିର ସଭାପତି ସୁରେଶ କୁମାର ହୋତା, ଅଧ୍ୟକ୍ଷ ଅଶ୍ୱିନି କୁମାର ନାୟକ ଏବଂ ବିଜ୍ଞାନ ଓ କଳା ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉତ୍ତରୋତ୍ତର  ମଙ୍ଗଳ କାମନା କରିଛନ୍ତି । 

 

Leave A Reply

Your email address will not be published.