ସିର୍ଜିନା ସାହିତ୍ୟ  ଆର ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରର ସମ୍ବଲପୁରୀ ଦିନ୍ ପାଳନ

0 2

 

ପଦ୍ମପୁର : ସର୍ଗିବାହାଲ ସରସ୍ୱତୀ ଶିଶୁମନ୍ଦିରରେ ସମ୍ବଲପୁରୀ ଦିନ ପାଳନ କରାଗଲା ।  କବି ପ୍ରେମାନନ୍ଦ  ବେହେରା  ମୁଖ୍ୟ ଅତିଥି , ଶ୍ରୀ  ଅବନୀ କାନ୍ତ ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦାନ କରିଥିଲେ। ସମ୍ବଲପୁରୀ ସାହିତ୍ୟର ବିଭିନ୍ନ ଦିଗ   ଓ ସତ୍ୟନାରାୟଣ ବହିଦାର ଙ୍କ ଜୀବନୀ ଉପରେ ଆଲୋଚକ ମାନେ ଆଲୋଚନା କରିଥିଲେ ।  ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ୱରେ ଶ୍ରୀ ବିରେନ ପାଣ୍ଡେ ଓ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ସଂଯୋଜନାରେ ଏକ  କବିତା ପାଠୋତ୍ସଵ ଆସର ଅନୁଷ୍ଠିତ ହୋଇଥିଲା ।  ଶ୍ରୀ ମାଧବ ବରିହା,  ଅଶୋକ ଓ ତରଣୀ  ଭାଇ ଟୁନା ଟୁନି ନାଟକ  ପରିବେଷଣ କରିଥିଲେ।   

  ଦେବରଞ୍ଜନ ପଣ୍ଡା ଓ ସରସ୍ୱତୀ ଶିଶୁ ମନ୍ଦିରର ଭଉଣୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ   ସିର୍ଜିନା ଶିଶୁ ଗ୍ରୁପ   ଏବଂ ସିର୍ଜିନା ୟୁଟ୍ୟୁବ ଓ ସିର୍ଜିନା facebook କଳାପଟାର ଶୁଭାରମ୍ଭ କରାଗଲା। ସୋନପୁର, ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାର ଅନେକ କବି ଓ କବୟିତ୍ରୀମାନେ ଆସି ନିଜସ୍ଵ କବିତା ପଠନ କରିଥିଲେ । ଚନ୍ଦନ ସାହୁ ଓ ବେଦବ୍ୟାସ ମେହେରଙ୍କୁ ପ୍ରଥମ ସିର୍ଜିନା ସେବାକାରୀ ସମ୍ମାନରେ ସମ୍ମାନିତ କରାଗଲା। ଭୀଷ୍ମଦେଵ ସାହୁ, ସଂଜୀବ ସାହୁ ରାଧା ମୋହନ ପୁଝରୀ,  ଆରଦ୍ରା ବାଗ, ଚିତ୍ତରଞ୍ଜନ ବିଶି, ରମାକାନ୍ତ ସାହୁ, ପ୍ରତିମା ବାରିକ, କୃଷ୍ଣଚନ୍ଦ୍ର ମଲ୍ଲିକ, ଫକୀର ମୋହନ ଦାସ, ଶିବ ପ୍ରସାଦ ମେହେର, ବିପିନ ପାଣ୍ଡେ, ଜୀବନ୍ତ ପଧାନ, ଚନ୍ଦ୍ରଭାନୁ ବେହେରା, ଯୁଗୀନ୍ଦ୍ର ମେହେର,  ଆଶିଷ ସାହୁ, ଯୁବରାଜ କୁଦେଇ, ଶୁଭମ ଶତପଥୀ  ଆଦି ପ୍ରମୁଖ କବି ଓ କବୟିତ୍ରୀମାନେ ଯୋଗ ଦେଇଥିଲେ। ଶେଷରେ ଶ୍ରୀ ସନକ ଶତପଥୀ  ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.