ଭାରତୀୟ ହକି ଦଳକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ଜଣାଇଲେ ଶୁଭକାମନା

0 2

 ଭୁବନେଶ୍ୱର : ଅଲମ୍ପିକର ସେମିଫାଇନାଲରେ ପହଁଚିଥିବା  ଭାରତୀୟ ପୁରୁଷ ହକି ଦଳ  ଓ  ପ୍ରଥମଥର କ୍ୱାଟରଫାଇନାଲରେ ପହଁଚିବା ମହିଳା ଦଳକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ ଆଣି ତାଙ୍କ ଶୁଭକାମନାରେ ଜଣାଇଛନ୍ତି ” ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲମ୍ପିକର ସେମିଫାଇନାଲ ଓ ମହିଳା ଦଳ ପ୍ରଥମଥର କ୍ୱାଟରଫାଇନାଲରେ ପହଁଚିବା ସମଗ୍ର ଦେଶ ପାଇଁ ଗୌରବର ବିଷୟ। ୨୦୧୮ରୁ ଓଡ଼ିଶା ଉଭୟ ଜାତୀୟ ଦଳକୁ ପ୍ରୋତ୍ସାହିତ କରିଆସୁଥିବାରୁ ଆମେ ସମସ୍ତେ ଓଡ଼ିଶାବାସୀ ଆଜି ଗର୍ବିତ। ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା।” ସୂଚନା ଯୋଗ୍ୟ ଯେ ଓଡିଶା ଭାରତୀୟ ହକି ଉଭୟ ମହିଳା ଓ ପୁରୁଷ ଦଳର ଅଫିସିଆଲ ସ୍ପନସର | 

Leave A Reply

Your email address will not be published.