ବାରିପଦା(ଦିଲ୍ଲୀପ ମହାନ୍ତି) ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓଡିଶା ପ୍ରଦେଶ କମିଟି ପକ୍ଷରୁ ଜେଏମଏମକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ କେନ୍ଦ୍ରୀୟ କମିଟି ଏବଂ ରାଜ୍ୟ କମିଟିର ଅନୁମୋଦନ କ୍ରମେ ମୟୂରଭଞ୍ଜ ଜିଲ୍ଲା କମିଟି,ସୁନ୍ଦରଗଡ ଜିଲ୍ଲା କମିଟି,ମୟୁରଭଞ୍ଜ ଯୁବମୋର୍ଚ୍ଚା କମିଟି ଏବଂ ମହିଳା ମୋର୍ଚ୍ଚା କମିଟି ଘୋଷଣା କରାଯାଇଛି । ଏଥିରେ ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷା ଅଞ୍ଜନୀ ସୋରେନ, କେନ୍ଦ୍ରିୟ ମୋହିଳା ମୋର୍ଚ୍ଚା ଅଧ୍ୟକ୍ଷା ତଥା ପୂର୍ବତନ ସାଂସଦ ସୁମନ ମହାନ୍ତ, କେନ୍ଦ୍ରିୟ ଯୁବମୋର୍ଚ୍ଚା ଉପସଭାପତି ତଥା ପୁଟକା ବିଧାୟକ ସଞ୍ଜୀବ ସର୍ଦ୍ଧାର, କେନ୍ଦ୍ରୀୟ ଉପସଭାପତି ତଥା ଘାଟସିଲା ବିଧାୟକ ରାମଦାସ ସୋରେନ, ଓଡିଶା ପ୍ରଦେଶ ସାଧାରଣ ସମ୍ପାଦକ ରାମଚନ୍ଦ୍ର ହାଁସଦାଃ, ଓଡ଼ିଶା ରାଜ୍ୟ କୋଷାଧ୍ୟକ୍ଷ ପ୍ରଲ୍ଳାଦ ପୂର୍ତି, କେନ୍ଦ୍ରିୟ ସଦସ୍ୟ ଲାଥା ତିର୍କି , କେନ୍ଦ୍ରିୟ ସଦସ୍ୟ ପବନ କୁମାର ଉପସ୍ଥିତ ଥିଲେ । ମୟୂରଭଞ୍ଜ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ବିଭକ୍ତ କରାଯାଇଛି ତଥା ପୂର୍ବ ସାଙ୍ଗଠନିକ ଜିଲ୍ଲା ଏବଂ ପଞ୍ଚିମ ସାଙ୍ଗଠନିକ ଜିଲ୍ଲା । ମୟୂରଭଞ୍ଜ ପୂର୍ବ ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ପ୍ରଭୁଦନ ମାର୍ଣ୍ଡି ଏବଂ ସମ୍ପାଦକ ଭାବେ ଚକ୍ରଧର ସିଂଙ୍କୁ ଘୋଷଣା କରାଯାଇଛି । ପଞ୍ଚିମ ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ରାମଚନ୍ଦ୍ର ହେମ୍ବ୍ରମ ଏବଂ ସମ୍ପାଦକ ଭାବେ ସୁନାରାମ ସୋରେନଙ୍କୁ ଘୋଷଣା କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ଭାବେ ଅର୍ଜୁନ ମୁର୍ମୁ ଏବଂ ସମ୍ପାଦକ ଭାବେ ଚୈତନ ସୋରେନଙ୍କୁ ଘୋଷଣା କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ମହିଳାମୋର୍ଚ୍ଚା ସଭାପତି ଭାବେ ସରୋଜିନୀ ମୁର୍ମୁ ଏବଂ ସମ୍ପାଦକ ଭାବେ ମଞ୍ଜୁଲତା ସିଂଙ୍କୁ ଘୋଷଣା କରାଯାଇଛି । ସୁନ୍ଦରଗଡ ଜିଲ୍ଲା ସଭାପତି ବନ୍ଧନ ଥପ ଏବଂ ସମ୍ପାଦକ ଭାବେ ହୋରନ ବାଗେଙ୍କୁ ଘୋଷଣା କରାଯାଇଛି । ଜେଏମଏମ ସଙ୍ଗଠନ ଏକ ଝାମୁମୋ ସଙ୍ଗଠନ ବୋଲି ଯେ ପୂର୍ବପରିଚିତକୁ ପୁଣିଥରେ ଦୋହରେଇବା ପାଇଁ ଦୁଇପାଦ ଆଗକୁ ବଢିବା ପାଇଁ କେନ୍ଦ୍ରୀୟ ନେତୃମଣ୍ଡଳୀମାନେ ଆହ୍ୱାନ ଦେଇଥିଲେ ଏବଂ ସକ୍ରିୟଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶିଷ୍ଟ ଝାଡଖଣ୍ଡ ଆନ୍ଦୋଳନକାରୀ ଶିବାଜୀ ମଲ୍ଲିକ କେନ୍ଦ୍ରିୟ କମିଟି ଏବଂ ରାଜ୍ୟ କମିଟିଙ୍କ ଉପସ୍ଥିତିରେ ତାଙ୍କର ସହଯୋଗୀ ମାନଙ୍କ ସହିତ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାରେ ଯୋଗଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.