ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳ କମିଟି ପୁନର୍ଗଠିତ : ଜଗନ୍ନାଥ ସଭାପତି 

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) : ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳ କମିଟିର ପୁନର୍ଗଠନ କରାଯାଇଛି ଏବଂ ବରିଷ୍ଠ ନେତା ଜଗନ୍ନାଥ ସ୍ବାଇଁକୁ  ଭଦ୍ରକ ଜିଲ୍ଲା ବିଜେଡିର ସଭାପତି ଭାବରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ  ଦ୍ୱାରା ନିଯୁକ୍ତ କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ଶ୍ରୀ ମାନସ ରଂଜନ ମଙ୍ଗରାଜ  ସୂଚନା ଦେଇଛନ୍ତି। ଏହି ନବଗଠିତ କମିଟିରେ ସଭାପତିଙ୍କ ବ୍ୟତୀତ ଏଠାରେ ୮ ଜଣ ଉପସଭାପତି , ୧୩  ଜଣ ସାଧାରଣ ସମ୍ପାଦକ , ପାଞ୍ଚଜଣ ସମ୍ପାଦକ ଏବଂ ଜଣେ ସମ୍ପାଦକ ତଥା କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି | 

ଉପସଭାପତି ଭାବେ ବରିଷ୍ଠ ନେତା ମୁକ୍ତିକାନ୍ତ ମଣ୍ଡଳ, ବିଜୟ କୁମାର ନାୟକ, ରାଜେନ୍ଦ୍ର ପ୍ରସାଦ ଦାସ, ମଳୟ କୁମାର ଜେନା, ପ୍ରତାପ ଚନ୍ଦ୍ର ଧଳ, ସୁରେନ୍ଦ୍ର ନାଥ ନାୟକ, ପ୍ରସନ୍ନ କୁମାର ଦାସ, ଅଶୋକ କୁମାର ବଳଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବଳଭଦ୍ର  ଲେଙ୍କା, ଶରତ କୁମାର ସାହୁ, ସୁରେଶ ଚନ୍ଦ୍ର ମହାନ୍ତି, ପ୍ରଦୀପ କୁମାର ମଲ୍ଲିକ, ଅଶୋକ କୁମାର ନାୟକ, ହରେକୃଷ୍ଣ ପାଢ଼ୀ , ଯୋଗେନ୍ଦ୍ର କୁମାର ଘଡେଇ, ପ୍ରଣୟ କୁମାର ଦାସ, ପ୍ରବୀର ​​କୁମାର ଜେନା, ଅମିତାବାଳା ଆଚାର୍ଯ୍ୟ, ଏମ ଡି ଜାକୁଲ୍ଲା, ପ୍ରଫୁଲ୍ଲ କୁମାର ବିଶ୍ୱାଳ ଏବଂ ଜଗନ୍ନାଥ ଭାରତୀ ସାଧାରଣ ସମ୍ପାଦକ ଭାବେ  ନିଯୁକ୍ତ ହୋଇଛନ୍ତି।  ସେହିପରି ଭାନୁ ପ୍ରକାଶ ପଲେଇ, ବିଜୟ କୁମାର ଖଟୁଆ, ଆୟୁବ ଅଲି ଖାନ, ଯୋଗେନ୍ଦ୍ର ପ୍ରସାଦ ସାହୁ ଓ ପର୍ଶୁରାମ ପଣ୍ଡା ସମ୍ପାଦକ ଭାବେ  ଏବଂ  ପ୍ରଦୀପ କୁମାର ପଣ୍ଡାଙ୍କୁ ସମ୍ପାଦକ ତଥା କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି | 

Leave A Reply

Your email address will not be published.