ଜଗାକୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା : ପରିବାର ବର୍ଗ ମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା 

0 2

କନ୍ଧମାଳ (ଗଗନ କୁମାର ପ୍ରଧାନ) : ତିନି ଦିନିଆ କନ୍ଧମାଳ ଜିଲା ଗସ୍ତରେ ଥିବା ପଂଚାୟତି ରାଜ ପାନୀୟ ଜଳ ଓ ଗୃହ ନିର୍ମାଣ ନଗର ଉନ୍ନୟନ ତଥା ଆଇନମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଯାଇ ଶିଶୁ ବିଭାଗକୁ ଯାଇ ଜଗାକୁ ସାକ୍ଷାତ କରି ତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି  । ଜାଗାର ଚିକିତ୍ସା ଦାୟିତ୍ଵରେ ଥିବା ଡାକ୍ତରମାନଙ୍କ ସହିତ ଜଗାର ଚିକିତ୍ସା ଓ ସ୍ୱାସ୍ଥ୍ୟ ସ୍ଥିତି ବିଷୟରେ ଆଲୋଚନା କରିଥିଲେ |  ଡାକ୍ତରଙ୍କ ସହ ଆଲୋଚନା ବେଳେ ଜଗାର ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା ଅବଗତ ହେବ ସହ ଯାହା ଜାଗା ପୂର୍ବାପେକ୍ଷା ଭଲ ଥିବା ଦେଖି ମନ୍ତ୍ରୀ ଶ୍ରୀ ଜେନା ସନ୍ତୋଷ ବ୍ୟକ୍ତ କରିଥିଲେ | 

ସ୍ମରଣଯୋଗ୍ୟ ଯେ ମଂତ୍ରୀ ଶ୍ରୀ ଜେନା ସ୍ବାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ  ଫିରିଙ୍ଗିଆ ବ୍ଲକ ମିଲୁପଡାର ଶିଶୁ ଜଗା ବଳିଆ(ହନି-ସିଂହ) ଙ୍କ ଯୋଡ଼ା ମୁଣ୍ଡକୁ  ଦିଲ୍ଲୀ ଏମସରେ ଏକ ଅତି ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ସେମାନଙ୍କ ମୁଣ୍ଡକୁ ପୃଥକ  କରାଯାଇଥିଲା । ସେହି ସମୟରେ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହନି-ସିଂହଙ୍କ ଯୋଡ଼ା ମୁଣ୍ଡ  ଅଲଗା କରିବା ନିମିତ୍ତ ଅସ୍ତ୍ରୋପଚାର କରିବା ସକାଶେ ରାଜ୍ୟ ସରକାର ଏକ କୋଟି ଟଙ୍କା ଯୋଗାଇ ଦେଇଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଦୁଇ ଶିଶୁଙ୍କୁ  କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁର୍ଭାଗ୍ୟବଶତଃ  କିଛି ଦିନ ଅନ୍ତରାଳରେ ବଳିଆ ସେଠାରେ ମୃତ୍ୟୁ ବରଣ କରିଥିଲା । ପରେ ଜଗାକୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ସେ ଏବେ ଚିକିତ୍ସାଧୀନ ଅଛି । ଜଗା ଶୀଘ୍ର ସଂପୂର୍ଣ୍ଣ ସୁସ୍ଥ ହୋଇ ସାଧାରଣ ପିଲାଙ୍କ  ହସୁ, ଖେଳୁ, ଆଉ ସ୍କୁଲ ଯାଉ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ମନ୍ତ୍ରୀ ଶ୍ରୀ ଜେନା। ଜଗାକୁ ମନେ ପକାଇ ଆଜି ମନ୍ତ୍ରୀ ଶ୍ରୀ ଜେନା ତାକୁ ଦେଖା କରିଥିବାରୁ ତାର ବାପା ମାଙ୍କ ସମେତ ସ୍ଥାନୀୟ ଲୋକେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇଥିଲେ |

Leave A Reply

Your email address will not be published.