
ଭୁବନେଶ୍ୱର : ଆଇଏଏସ ଅଫିସର ସ୍ତରରେ ରାଜ୍ୟ ସରକାର କରିଛନ୍ତି ଅଦଳ ବଦଳ | ସମ୍ପ୍ରତି କ୍ରୀଡା ଯୁବବ୍ୟାପାର ତଥା ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ଏଆଇଏସ ଅଫିସର ଶ୍ରୀ ବିଶାଳ ଦେବଙ୍କୁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି | ଅର୍ଥ ବିଭାଗ ଦାୟିତ୍ୱରେ ଥିବା ଅଶୋକ ମୀନାଙ୍କୁ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି | ସେହିପରି ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ଡ଼ି କେ ସିଂଙ୍କୁ ଖଣି ଓ ଇସ୍ପାତ ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି | ସେହିପରି ଖଣି ଓ ଇସ୍ପାତ ପ୍ରମୁଖ ଶାସନ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ତାଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି | ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ ସଚିବ ଥିବା ଆର ଭିନୀଲକ୍ରିଷ୍ଣନଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି |