ରୋସେଇ ଘରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି 

0 2

କଲ୍ୟାସିଂହପୁର/ ପ୍ରଦୀପ ଦଳାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ଅଧିନସ୍ତରେ ଥିବା ଢ଼େପାଗୁଡା ଗାଁର ପ୍ରାସ୍କା ବିଶ୍ୱନାଥ ନାମକ ଲୋକଙ୍କ  ରୋସେଇ ଘରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି,ସୂଚନା ଅନୁସାରେ ଚାଷୀ ପରିବାର ହୋଇଥିବାରୁ  ସକାଳୁ ରୋସେଇ କରି ବିଲକୁ ସହ ପରିବାର କାମ କରିବାକୁ ଯାଇଥିଲି ହଟାତ ନିଆଁ ଲାଗିବାରୁ  ପୋଡ଼ଶି ଲୋକମାନେ ବିଶ୍ଵନାଥଙ୍କୁ ଖବର ଦେଇଥିଲେ ଖବର ଶୁଣି ପହଂଚିଵା  ପରେ ଅଗ୍ନିଶମ ବାହିନୀଙ୍କୁ ଜଗା ଯୋଗ କରିଥିଲେ  ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ  ପହଂଚି ନିଆଁକୁ ଆୟତ କରିଥିଲେ ରୋସେଇ ଘରେ ଖାଉଟି ସାମଗ୍ରୀ ସହ ବହୁ ଆସଵପତ୍ର ନଷ୍ଟ ହୋଇଯାଇଛି, ପଡୋଶୀ ଘରେ ମଧ୍ୟ୍ୟ ଆଂଶିକ ନିଆଁ ଲାଗିଥିବା ଜଣାପଡିଛି, ଏହି ପରିବାର ଗରିବ ଶ୍ରେଣୀରେ ହୋଇଥିବାରୁ ସରକାରଙ୍କ ସହାୟତା ଜଗେଇଦିଆ ଯାଉ ବୋଲି ପରିବାର ସହ   ଗ୍ରାମବାସୀ ଦାବୀ କରିଛନ୍ତି

Leave A Reply

Your email address will not be published.