ପଦ୍ମପୁର : ମୋଟର ଚାଳକ ମାନଙ୍କ ପ୍ରତି ସରକାର ଅଣଦେଖା କରୁଥିବା ପ୍ରତିବାଦରେ ନଅଦଫା ଦାବି ନେଇ ଓଡ଼ିଶା ରାଜ୍ୟ ମୋଟର ଚାଳକ ସଂଘ ପକ୍ଷରୁ ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ମୋଟର ଚାଳକ ଶାଖା ତରଫରୁ ସକାଳ ୬ଠାରୁ ସନ୍ଧ୍ୟା ୬ଟା ଯାଏଁ ଅଞ୍ଚଳର ଦୋକାନ ବଜାର ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସଙ୍ଘ ଡାକରା ଦେଇଛି । ଚାଳକ ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ କରିବା, ଶ୍ରମ ବିଭାଗରେ ପଞ୍ଜୀକୃତ କରିବା, ପିଲାଛୁଆଙ୍କ ପାଠପଢାର ସୁ ବ୍ୟବସ୍ଥା କରିବା, ଷାଠିଏ ବର୍ଷରୁ ଉର୍ଦ୍ଧ୍ଵ ଚାଳକ ମାନଙ୍କୁ ପେନସନ, କରୋନାରେ ପ୍ରାଣ ହରାଇଥିବା ଚାଳକମାନଙ୍କୁ ପଚାଶ ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ଦଶ ହଜାର ଟଙ୍କାର ଆର୍ଥିକ ସହାୟତା, କରୋନା ଯୋଦ୍ଧା ଘୋଷଣା, ପେଟ୍ରୋଲ, ଡିଜେଲ ଏବଂ ଖାଦ୍ୟ ସାମଗ୍ରୀର ଦରଦାମ୍ ହ୍ରାସ କରିବା ପାଇଁ ଦାବିପତ୍ରରେ ଦର୍ଶାଯାଇଛି । ଏବଂ ପଦ୍ମପୁର ସହରକୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ବନ୍ଦ ଡାକରା ଦିଆଯାଇଛି । ଫଳରେ ଦୋକାନ ବଜାର ବନ୍ଦ ରହିଛି ଏବଂ ଯାନବାହନ ଚଳାଚଳ ବନ୍ଦ ରହିଛି ।
Sign in
Sign in
Recover your password.
A password will be e-mailed to you.