ଗ୍ରାମୀଣ ଓଡ଼ିଶାର ଦ୍ୱାର ମୁହଁରେ ଡିଜିଟାଲ୍ ପେମେଂଟ୍ ସୁବିଧା ପହଂଚାଇବା ଲାଗି ସିଏସସି ସହ ହାତ ମିଳାଇଲା ଟିପିସିଓଡିଏଲ୍ 

0 1

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଗ୍ରାହକମାନଙ୍କ ନିକଟରେ ସୁବିଧାରେ ବିଭିନ୍ନ ସେବା ପହଂଚାଇବା ଲାଗି ଟିପିସିଓଡିଏଲ୍ ସର୍ବଦା ଲକ୍ଷ୍ୟ ରଖିଛି ଏବଂ ଗ୍ରାହକ ଉଲ୍ଲାସ ସୃଷ୍ଟି କରିବା ଲାଗି ପ୍ରତିବଦ୍ଧ । ଏକ ଗ୍ରାହକ କୈନ୍ଦ୍ରିକ ସଂସ୍ଥା ଭାବେ ଏହା ନିଜର ଲାଇସେନ୍ସ ଅଂଚଳରେ ଥିବା ଲୋକମାନଙ୍କୁ ସର୍ବାଧିକ ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।

ଗ୍ରାମାଚଂଳରେ ଡିଜିଟାଲ୍ ପେମେଂଟରେ   ଉନ୍ନତିି ଆଣିବା ସନ୍ଧାନରେ ଟିପିସିଓଡିଏଲ୍ ପକ୍ଷରୁ ଜନ ସେବା କେନ୍ଦ୍ର (ସିଏସସି) କିମ୍ବା ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ (ଭିଏଲ୍ଇ)ଙ୍କ ଜରିଆରେ ବିଦ୍ୟୁତ  ବିଲ୍ ଗ୍ରହଣ କରିବା ଲାଗି ସିଏସ୍ସି ଇ-ଗଭର୍ଣ୍ଣାସ୍ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ସହିତ ସହଯୋଗିତା ସ୍ଥାପନ କରିଛି । ଟିପିସିଓଡିଏଲ୍ ଅଂଚଳରେ ପ୍ରାୟ ୫୮୦୦ରୁ ଅଧିକ ସିଏସସି/ଭିଏଲ୍ଇ ରହିଛି । ଗ୍ରାହକମାନେ ନିମ୍ନ ଚିତ୍ରରେ ପ୍ରଦାନ କରାଯାଇଥିବା ୩ଯି ସହର ଉପାୟରେ ନିକଟତମ ସିଏସସି କିମ୍ବା ଭିଏଲ୍ଇ ପରିଦର୍ଶନ କରି ବିଦ୍ୟୁତ  ବିଲ୍ ପଇଠ କରିପାରିବେ ।

ଏହି ସେବା ଗ୍ରାମାଚଂଳର ଗ୍ରାହକମାନଙ୍କ ଲାଗି ସହଜ ବିଦୁ୍ୟତ ବିଲ୍ ପେମେଂଟ୍ ପ୍ରକ୍ରିୟାକୁ ସହଜ କରିବ ।

ଅନ୍ୟତମ ଗ୍ରାହକ କୈନ୍ଦ୍ରୀକ ଅଭିଯାନକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ଏମ୍ ସେନ୍ବାଗମ୍, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କହିଛନ୍ତି ଯେ, “ସଂଖ୍ୟାଧିକ ଅଭିଯାନ ଜରିଆରେ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବାକୁ ଆମେ ସର୍ବଦା ଆମର ପ୍ରାଥମିକତା ଦେଉଛୁ । ଏହି ଯାତ୍ରାରେ ସିଏସସି ସହିତ ସହଯୋଗିତା ଗ୍ରାମୀଣ ଗ୍ରାହକମାନଙ୍କ ପାଇଁ ବିଦ୍ୟୁତ ବିଲ୍ ପେମେଂଟ୍ କରିବା ପ୍ରକ୍ରିୟାକୁ ସହଜ କରିବ । ଆମେ ସିଏସସି ସହିତ ସହଯୋଗିତା ସ୍ଥାପନ କରିବା ଏବଂ ଆମର ଗ୍ରାହକ ଅନୁଭୂତିରେ ଉନ୍ନତିଆଣିବା ଲାଗି ପେମେଂଟ୍ ବ୍ୟବସ୍ଥା ମିଳିତ ଭାବେ ସୃଷ୍ଟି କରିଥିବାରୁ ଆମେ ବହୁତ ଖୁସି ।’’

 ଡକ୍ଟର ଦୀନେଶ ତ୍ୟାଗି, ପରିଚାଳନା ନିର୍ଦେଶକ, ସିଏସସି ଇ-ଗଭର୍ଣ୍ଣାସ ସର୍ଭିସେସ୍ ଲିମିଟେଡ୍ କହିଛନ୍ତି ଯେ, “ଏହି ସହଯୋଗିତା ନାଗରିକମାନଙ୍କୁ ସେମାନଙ୍କ ନିକଟସ୍ଥା ଜନ ସେବା କେନ୍ଦ୍ର (ସିଏସସି)ରେ ବିଦ୍ୟୁତ  ବିଲ୍ ଦାଖଲ କରିବାରେ ସହାୟକ ହେବ । ସିଏସ୍ସି ହେଉଛି ଗୋଟିଏ ସ୍ଥାନ ଯେଉଁଠାରେ ନାଗରିକମାନେ ସେମାନଙ୍କର ସବୁ ପ୍ରକାର ବିଲ୍ ପେମେଂଟ୍ କରିପାରିବେ ।

ଡକ୍ଟର ତ୍ୟାଗି ଏହା ମଧ୍ୟ କହିଛନ୍ତି ଯେ ସିଏସ୍ସି ନାଗରିକମାନଙ୍କୁ ନୂଆ ସଂଯୋଗ ହାସଲ କରିବା, ମିଟର ରିଡିଂ ଓ ମରାମତି କାର୍ଯ୍ୟ ଆଦିରେ ସହାୟକ ହେବ । ଭିଏଲ୍ଇଗୁଡ଼ିକ ଫାଇବର୍ ଅପ୍ଟିକାଲରେ  କୁଶଳୀ ହୋଇଛନ୍ତି ଏବଂ ସିଏସସି  ୱାଇଫାଇ ଚୌପାଲ୍ ଅଭିଯାନରେ ଭାରତ ନେଟ୍ ପ୍ରକଳ୍ପରେ ମରାମତି କାର୍ଯ୍ୟ କରୁଛନ୍ତି ।’’

 

Leave A Reply

Your email address will not be published.