୧୨୦ ବାଟାଲିୟନ ପରିସରରେ ଯବାନଙ୍କ ସହିତ କାର୍ଗିଲ ବିଜୟ ଦିବସ ପାଳିଲେ ମଧ୍ୟ ବିଧାୟକ 

0 2

ଭୁବନେଶ୍ୱର : କାର୍ଗିଲ ବିଜୟ ଦିବସକୁ ଆଜି 120 ବାଟାଲିୟନ ପରିସରରେ ବୀର ଯବାନ ଙ୍କ ସହିତ ମିଶି ପାଳନ କରିଛନ୍ତି   ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା |  ବିଧାୟକ ପ୍ରଥମେ କାର୍ଗିଲ ଯୁଦ୍ଧରେ ସହିଦ ଯବାନ ଙ୍କ ସ୍ମୃତିରେ ଅମର ଯବାନଙ୍କ ସ୍ମୃତି ସ୍ତମ୍ଭ ରେ ମାଲ୍ୟାର୍ପଣ କରି ସେମାନଙ୍କ ସ୍ମରଣାର୍ଥେ ଦୀପ ଜାଳିଥିଲେ | ପରେ  ବୀର ଯବାନ ଙ୍କ ମନୋବଳକୁ ବୃଦ୍ଧି କରିବାକୁ ସମସ୍ତ ଯବାନ ଙ୍କୁ ଉତ୍ତରୀୟ ଏବଂ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିଲେ | ବୀର ଯବାନଙ୍କ ଅସୀମ ସାହାସ ତ୍ୟାଗ ଏବଂ ବଳିଦାନ ପାଇଁ ଆମ ଦେଶ କାର୍ଗିଲ ଯୁଦ୍ଧରେ ଆଜିର ଦିନ ରେ ବିଜୟ ଲାଭ କରିଥିଲା | ସେହି ସ୍ମୃତିରେ ବିଧାୟକ ଶ୍ରୀ ଜେନା ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ 120 ବାଟାଲିୟନ ପରିସରରେ ରେ କାର୍ଗିଲ ବିଜୟ ଦିବସ ପାଳନ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ରଞ୍ଜୁଲତା ରାୟ, ବନଜା ମହାନ୍ତି, ଦେବାଶିଷ ସିଟ, ମନୋରଞ୍ଜନ ମହାନ୍ତି, ରାମନାଥ ସାମନ୍ତରାୟ, ସମରେନ୍ଦ୍ର ଜେନା, ସାଗର ବଳବନ୍ତରାୟ, ଦିଲ୍ଲୀପ ସେନାପତି,ବବିତା ମହାନ୍ତି, କୁନୁମୁନି ପାତ୍ର, ଶାନ୍ତିକେତନ ଦାସ, ପୁଷ୍ପାଞ୍ଜଳି ଦାସ, ବଦ୍ରିନାରାୟଣ ମିଶ୍ର, ନବକିଶୋର ବେହେରା, ଆଲୋକ ପାଣିଗ୍ରାହୀ,ମମତା ସାହୁ, ଅଙ୍କିତା ମଲ୍ଲିକ, ଫନିର ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ |

Leave A Reply

Your email address will not be published.