ମାଲକାନଗିରି (ଶାସକ ପ୍ରଶାସକ) : ଦେଶ ତଥା ସାରାବିଶ୍ୱ କରୋନା କରାଳ ଛାୟାରେ ଭୟଭୀତ ରହିଥିବା ବେଳେ ଆଜି ସ୍ଥାନୀୟ ଡେଲି ମାର୍କେଟ ଛକ ଠାରେ ଏକ ପିସ୍ତା ବାଦାମ ଵୃକ୍ଷ ରୋପଣର ଏକ ବର୍ଷ ପୂର୍ତ୍ତି ଅବସରରେ ଵୃକ୍ଷଟିର ଜନ୍ମଦିବସ କୁ ପାଳି ସମାଜକୁ ପରିବେଶୀୟ ବାର୍ତା ଦେଇଛନ୍ତି ବୋଲବମ ଶ୍ରଦ୍ଧାଳୁ ଏବଂ ବ୍ୟବସାୟୀ ଗଣ । ସମଗ୍ର ବିଶ୍ୱରେ କରୋନାମହାମରୀ ଦ୍ୱିତୀୟଲହର ରେ ସାରାଦେଶରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହୋଇଥିଲା । ଏହି ସମୟରେ ଲୋକଙ୍କ ମନରେ ପରିବେଶ ଏବଂ ବୃକ୍ଷ ରୋପଣ ପାଇଁ ଆଗ୍ରହ ସୃଷ୍ଟି ହୋଇଛି ।ଆଜି ଏହି ଜନ୍ମଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ନିଗମାନନ୍ଦ ବେହେରା ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପ୍ରଦୀପ ଜେନା,ସନ୍ତୋଷ କୁମାର ସ୍ୱାଇଁ,ସୀମାଞ୍ଚଳ ପାଣିଗ୍ରାହୀ, ବିକାଶ ଗୁପ୍ତା, ଫ୍ରେଣ୍ଡସ ଗ୍ରୁପ ସଦସ୍ୟ ଚନ୍ଦନ ବଉଳ, ଗୋଲାପ ରଞ୍ଜନ ଜେନା, ସୁଶାନ୍ତ ବେହେରା ଙ୍କ ସହ ଏକ୍ସବୋର୍ଡ ସ୍କୁଲ ଶିକ୍ଷକ ବାଲାରାଜୁ ପାଢ଼ୀ, ପରିବେଶବିତ ଦୁର୍ଯ୍ୟୋଧନ ପାତ୍ର, ଓକିଲ ଶ୍ରୀ ଦିଲ୍ଲୀପ ପାତ୍ର ଏବଂ ଵ୍ୟଵସାୟୀଗଣ କେ ସୁରି ନାରାୟଣ, ସନ୍ତୋଷ ସାହୁ, ମହେଶ୍ବର ବଉଳ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.