ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :- ଲୋକଙ୍କ ମଧ୍ୟରେ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ମହତ୍ତ୍ୱକୁ ବଞ୍ଚେଇ ରଖିବାର ଚେଷ୍ଟା ଚଲେଇଛି ସୁନ୍ଦରଗଡ କଳାକାର ମଞ୍ଚ । ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରତିଷ୍ଠାତା ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନ ଅଗଷ୍ଟ ୧ କୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରିବାକୁ ଯାଉଛି ସାରା ପଶ୍ଚିମ ଓଡିଶା । ଆଜି ସୁନ୍ଦରଗଡ ସହରର କଳାୟତନ୍ ଠାରେ ସମ୍ବଲପୁରୀ ଦିନ୍ ଉପଲକ୍ଷେ ଭିନ୍ନ ଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଭିନ୍ନ ଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଆସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପଶ୍ଚିମାଞ୍ଚଳ ଏକତା ମଞ୍ଚର ଜିଲ୍ଲା ସଂଯୋଜକ ରୋଶନ ସାହୁ, ସହ ସଂଯୋଜକ ବିବେକ ନାଏକ, ଉଦ୍ଦ୍ଧବ୍ ଭିତ୍ରିଆ, ଲିପ୍ସା ଦାସ, ଅମନ ଦାସ, ଵିଶାଲ ତନ୍ତୀ, ଶ୍ରେୟାନ୍ସ ପଣ୍ଡା,ସିକୁ ମିଶ୍ର ତଥା ଅନ୍ୟାନ୍ୟ ସଦସ୍ୟ ଗଣଙ୍କ ନେତୃତ୍ୱରେ ଆଜିକାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଗୋପଲ ମିସ୍ତ୍ରୀ, ସସ୍ମିତା ହୋତା, ସୁଜାତା ନାଏକ, ବିସ୍ମୟ ପଟ୍ଟନାୟକ ଆଦି ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ । ଅଗଷ୍ଟ ୧ ତାରିଖ ଦିନ ସମ୍ବଲପୁରୀ ଦିନ୍ ପଲନ ହେତୁ ସହରସ୍ଥିତ ମା ସମଲେଇଙ୍କ ମନ୍ଦିର ଠାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଏବଂ ଜିଲ୍ଲା ର ପ୍ରଖ୍ୟାତ ବ୍ୟକ୍ତିଙ୍କ ଉପସ୍ଥିତି ରେ ମା ଙ୍କ ପୂଜାର୍ଚ୍ଚନା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ସମ୍ବଳପୁରୀ ଦିନ୍ ପାଳନ କରାଯିବ ।
Sign in
Sign in
Recover your password.
A password will be e-mailed to you.