ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ୫୧ଟି ଅଭିଯୋଗ

0

ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ୫୧ଟି ଅଭିଯୋଗ 

 ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ) ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ମିଳିତ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲାପାଳ ଜ୍ଞାନଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ,ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ସୁଚାର ବଳ, ଡେ଼ପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ମହମ୍ମଦ ଅବଦୁଲ ରସଦ୍ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଜିଲ୍ଳାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୧ଟି ଅଭିଯୋଗ ଜିଲ୍ଳାପାଳଙ୍କ ଠାରେ ଆପତ୍ତି ଅଭିଯୋଗ ଆସିଥିଲା ।  ବାଧ୍ୟକ୍ୟ ବିଧବା ଭତ୍ତା, ଚିକିତ୍ସାନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ,ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଚିକିତ୍ସା ନିମନ୍ତେ ରେଡ଼କ୍ରସରୁ ସାହାଯ୍ୟ ପାଇଁ ଦରଖାସ୍ତ ଆସିଥିଲା ।  ଏହି ଅଭିଯୋଗଗୁଡିକୁ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ   ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା । ଏହି ସବସରରେ ଚାନ୍ଦବାଲିର ଗୋପିନାଥପୁର ଗ୍ରାମର ବେଣୁଧରସାହୁଙ୍କର ଚିକିତ୍ସା  ନିମନ୍ତେ ରେଡକ୍ରସ ଫଣ୍ଡରୁ ତିନିହଜାର ଟଙ୍କା ଆର୍ଥିକ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ ।

 

 

 

Leave A Reply

Your email address will not be published.