ଝାରବନ୍ଧ-ମନୋହର ଦାଶ:କୋଭିଡ଼ ସଚେତନତା ରଥ ଜଗଦଲପୁର ଠାରୁ ଆରମ୍ଭ କରି ଡଭା ରୁ ଝାରବନ୍ଧ ବ୍ଲକ କୁ ପହଂଚିଥିଲା ଝାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) ରେ କୋଭିଡ଼ ସଚେତନତା ରଥକୁ ଡ଼ା. ମଧୁସ୍ମିତା ମେହେର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଝାରବନ୍ଧ ସରପଞ୍ଚ ଶ୍ରୀମତୀ ଧନମତି ପାଣ୍ଡେ,ସ୍ୱାସ୍ଥ୍ୟ ପରିଦର୍ଶକା ମାର୍ଗା ରେଟ୍ ସୋରେନ, ମଧୁମିତା ମୁଗ୍ରୀ, ଅଙ୍ଗନୱାଡ଼ି କର୍ମୀ କାନ୍ତିଲତା ମିର୍ଦ୍ଧା, ସନିତା ବେହେରା, ଅଶ୍ୱନୀ ନାଏକ, ନିଲେନ୍ଦ୍ରି ସାହୁ, ଅରୁଣା ପ୍ରଧାନ ଗୀତାଞ୍ଜଳି ସିଦାର, ପଦ୍ମିନୀ ବାଗ, ସନ୍ଧ୍ୟାରାଣୀ ସାହୁ, ଆଶା କର୍ମୀ ଉଦିଆ ସିଦାର, କ୍ଷୀରବତୀ କୁମ୍ଭାର । ତାପରେ ରଥ ଅମଠି ସବ ସେଣ୍ଟର କୁ ପହଂଚି ଥିଲା ଝାରବନ୍ଧ ସୁପର ଭାଇଜର ଉମେଶ ବନଛୋର ଜଗଦଳପୁର ସୁପର ଭାଇଜର ସୁଦାମ ମିର୍ଦ୍ଧା, ମହିଳା ସ୍ଵାସ୍ଥ୍ୟ କର୍ମୀ ନିରୁପମା ପ୍ରଧାନ, ଡ।. ଲମ୍ବୋଦର ପଣ୍ଡା, ବିଳାସପୁର ମହିଳା ସ୍ଵାସ୍ଥ୍ୟ କର୍ମୀ ମୀନା ପାଣ୍ଡେ ରଥକୁ ସ୍ଵାଗତ କରିଥିଲେ l
ଗାଁର ସବୁଆଡ଼େ ମ୍ୟାକିଂ ଓ ଲିପ୍ ଲେଟ୍ ବଣ୍ଟନ କରି ଶୋଭାଯାତ୍ରା କରାଯାଇଥିଲା l ସାମାଜିକ ଦୂରତା, ମାକ୍ସ ବ୍ୟବହାର, କୋଭିଡ଼ ଟେଷ୍ଟ ଓ ଟୀକା ନେବା, ସରକାରଙ୍କ ଗାଇଡ୍ ଲାଇନ୍, ମ୍ୟାଲେରିଆ ଜ୍ଵର, ଯକ୍ଷ୍ମା, ଓ ଅଣ ସଂକ୍ରାମକ ରୋଗ – ହାଇ ବ୍ଲଡ୍, ସୁଗର, କ୍ୟାନସର ଉପରେ ଡାକ ବାଜି ଯନ୍ତ୍ର ଓ ଗୀତ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଏହି ରଥ ତିନି ମାସିଆ କାର୍ଯ୍ୟକ୍ରମ ସମସ୍ତ ଗାଁ କଲ୍ଯାଣ ସମିତି କୁ ବୁଲିବ l ଶ୍ରୀ ଅରୁଣ କୁମାର ଭୋଇ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଝାରବନ୍ଧ, ସମସ୍ତ ସ୍ଵାସ୍ଥ୍ୟ ପରିଦର୍ଶକ,ପରିଦର୍ଶିକା,ସ୍ଵାସ୍ଥ୍ୟ କର୍ମୀ, ଆଶା,ଅଙ୍ଗନୱାଡ଼ି,ଓ ସମସ୍ତ ଗାଁ କଲ୍ଯାଣ ସମିତି ର ସହଯୋଗରେ ହେଉଛି ବୋଲି ଭାରତ ସରକାରଙ୍କ ଦ୍ଵାରା ପଞ୍ଜିକୃତ ନୀତି ଦର୍ପଣ ପୋର୍ଟାଲ ଉପାୟ ଅନୁଷ୍ଠାନ ର ସମ୍ପାଦକ ତଥା ନିର୍ଦ୍ଦେଶକ ଶ୍ରୀ ଲଲିତ ଜଗତ ପ୍ରକାଶ କରିଛନ୍ତି ।