ବବିଙ୍କ ବାସଭବନରେ ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ଅଧ୍ୟକ୍ଷା ଓ ସରପଂଚ 

0

ଭୁବନେଶ୍ୱର:  ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସରକାରୀ କ୍ୱାର୍ଟର ପରିସରରେ ତାଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲା ସାହାରପଡ଼ାର ଅଧ୍ୟକ୍ଷା ଶ୍ରୀମତୀ ରମ୍ଭାବତି ଦେହୁରୀ ଏବଂ ରାଇଡିହା ସରପଞ୍ଚ ଶ୍ରୀମତୀ ପାର୍ବତୀ ହୋ ବିଜୁ ଜନତା ଦଳ ରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ,ରାଜ୍ୟ ବରିଷ୍ଠ ଉପସଭାପତି ତଥା ଘଷିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାଏକ,ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥି ସେଠୀ,ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାଏକ,ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଆଶିଷ ଚକ୍ରବର୍ତ୍ତୀ,ଜିଲ୍ଲା ସଭାପତି ଶ୍ରୀ ମାଧବ ସର୍ଦ୍ଦାର,ଜିଲ୍ଲା ଯୁବ ସଭାପତି ଶ୍ରୀ ରାକେଶ କୁମାର ରାମ ଏବଂ କେନ୍ଦୁଝର ଜିଲ୍ଲା ର ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.