ମଧୁଚନ୍ଦ୍ରିକାରେ ନେତା-ଯନ୍ତ୍ରୀ-ଠିକାଦାର, ଲୋକ ହେଉଛନ୍ତି ହରବର !

0

ରାସ୍ତା ପାଲଟିଛି ମରଣଯନ୍ତା , ଚେଇଁ ଶୋଇଛି ପୂର୍ତ୍ତବିଭାଗ l

ରଣପୁର ରୁ ପ୍ରସନ୍ନ କୁମାର ସାମନ୍ତରାୟ :ନୟାଗଡ ଜ଼ିଲ୍ଲା ରଣପୁର ପୂର୍ତ୍ତବିଭାଗ  ଅନ୍ତର୍ଗତ ଲୋଧାଚୁଆ ଠାରୁ ବେଗୁନିଆକୁ ସଂଯୋଗ କରୁଥିବା ଲୋଧାଚୁଆ ଠାରୁ ପାଟଣା ଚାରିଛକ ପର୍ଯ୍ୟନ୍ତ ମାତ୍ର 11କିଲୋମିଟର ପୂର୍ତ୍ତବିଭାଗ ରାସ୍ତାର ସମ୍ପ୍ରସାରଣ ଓ ମରାମତି ନିମନ୍ତେ କିଛି ମାସ ତଳେ ନାବାର୍ଡ ସହାୟତାରେ 11କୋଟି ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟ ଆରମ୍ଭ ହୋଇଥିଲା l ମାତ୍ର ନା ରାସ୍ତା ନିର୍ମାଣ ର ନାମ ଫଳକ ଅଛି, ନା  କାମ ସମ୍ବନ୍ଧରେ  କାହାକୁ ଜଣା ଅଛି !

ଗୋଟିଏ ପଟେ ଠିକାଦାର ରାସ୍ତା କାମ ରେ ଅହେତୁକ ବିଳମ୍ବ ଅନ୍ୟପଟେ ପ୍ରତ୍ୟହ  ଶତାଧିକ ଓଭର ଲୋଡ଼ ଚୋରା କଳା ମୁଗୁନି ପଥର ହାଇବା ଗାଡି ଜନସାଧାରଣ ଙ୍କ ପାଇଁ  ଏହି ରାସ୍ତାକୁ ମରଣ ଯନ୍ତା କରିଦେଇଛି  ! ନିମ୍ନମାନର କାଯ୍ୟ ଲାଗି ଗ୍ରାମ ବାସୀ ମାନେ ବହୁ ବାର  ଅଭିଯୋଗ କରିଥିଲେ ମଧ୍ୟ୍ୟ ଶୁଣିବାକୁ କେହି ନାହିଁ | ଅବଶ୍ୟ ସବୁ କେତେବେଳେ ମିଲିଭଗତରେ  ଚାଲିଛି  କହିବା କିଏ ଆଉ କାହାକୁ !  କାର୍ଯ୍ୟ ଆରମ୍ଭ ହେବାର ଛଅ ମାସ ଭିତରେ ପଚାଶ  ପ୍ରତିଶତ କାମ ଶେଷହୋଇଥିବା ବେଳେ ନୂତନ ଭାବେ  ନିର୍ମାଣ ହୋଇଥିବା ରାସ୍ତା ଅତିନିମ୍ନମାନର ହୋଇଥିବାରୁ ସାମାନ୍ୟ ଅସରାଏ ବର୍ଷାରେ ରାସ୍ତା ବାହ୍ୟଜଗତରୁ ବିଛିନ୍ନ ହେବାସହ ରାସ୍ତାଟିର ବିଭିନ୍ନ ଜାଗାରେ ଆଣ୍ଠୁଏ ଆଣ୍ଠୁଏ ଖାଲ ହୋଇଛି l ଯାହାଦ୍ୱାରା ଲୋକ ମାନେ ଯିବାଆସିବାରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବା ସହ ବିଭିନ୍ନ ସମୟରେ ଦୃଘଟଣା ଘଟି ଧନଜୀବନ ହାନି ହେଉଛି l ନେତା, ଠିକାଦାର ଓ ବିଭାଗୀୟ ଜେଇଙ୍କ ମିଲଭଗତରେ ଏଭଳି ନିମ୍ନମାନର କାମ ଓ ରାସ୍ତା ନିର୍ମାଣ ରେ ଅହେତୁକ ବିଳମ୍ବ ହୋଇଥିବା ଲୋକମାନେ ଅଭିଯୋଗ କରୁଛନ୍ତି l

ଏ ସମ୍ପର୍କରେ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ବେଳେ ଯଦି ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତନାନି ଦେଇଛନ୍ତି |

Leave A Reply

Your email address will not be published.