ଡାକ୍ତରଙ୍କ ଘରୁ ପାଞ୍ଚଲକ୍ଷ ଟଙ୍କାଚୋରୀ, ସଦର ଥାନା ଅଞ୍ଚଳରେ ଘରୁ ପଲସର ବାଇକ ଚୋରୀ

0

 ସୁନ୍ଦରଗଡ଼/ ହୋରଚାନ୍ଦ ଦେଉରିଆ  :- ଦିନକୁ ଦିନ ସୁନ୍ଦରଗଡ ସହର ସମେତ ଆଖପାଖ ଅଞ୍ଚଳରେ ଚୋର ଡକାୟତ ମାନଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି | ଗତକାଲି ସହରର ମୁଖ୍ୟ ହସ୍ପିଟାଲଛକ  ୫୦ମିଟର ଲାଗି ରହିଥିବା ମୁଖ୍ୟ ପୋଷ୍ଟ ଅଫିସ ସମ୍ବୁଖ ରେ ରହିଥିବା ଗୋଟିଏ ମେଡିକାଲ କୁଆଟର  ଯେଉଁଥିରେ କି ଜଣେ ଶିଶୁ ବିଶେଷଜ୍ଞ ଡାକ୍ତର ଆକାଶ ଅଗ୍ରୱାଲ ରହନ୍ତି ସେ ସବୁଦିନ  ଯେମିତି ନିଜ ଡିଉଟି ପାଇଁ ମୁଖ୍ୟ ଡାକ୍ତର ଖାନାକୁ ଯାଆନ୍ତି ସେହି ଭଳି ଗତକାଲି ମଧ୍ୟ ସକାଳ ସାଢ଼େ ୮ଟା ପାଖାପାଖି ଡିଉଟି ପାଇଁ ଘରୁ ବାହାରି ଯାଇଥିଲେ କିନ୍ତୁ ଡିୟୁଟି ସାରି ପୁଣି ସାଢ଼େ୧୧ ଟା ପାଖାପାଖି ରହୁଥିବା ନିଜ ସରକାରୀ କୁଆଟରକୁ  ଫେରିବା ପରେ ଦେଖିବା ପାଇଁ ପାଇଲେ ଘରର କବାଟ ଫଡାଯାଇ ଆଲମିରା ତାଡ଼ି ଲକର ରୁ ୫ଲକ୍ଷ ଟଙ୍କା ଚୋରୀ ହୋଇଥିବା ସହ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଚୋରୀ ହୋଇଯାଇଛି |  ଘଟଣା ସମ୍ପର୍କରେ ଡାକ୍ତର ଅଗ୍ରୱାଲ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ହେଲେ ପୋଲିସ ପକ୍ଷରୁ ଏତେ ଟଙ୍କା କେଉଁଠାରୁ ଆଣିଲେ ଏବଂ ଏହା କେଉଁ ଟଙ୍କା ପଚାରି ବାରୁ କୁଆଡେ ଡାକ୍ତର ମହାଶୟ ସନ୍ତୁଷ୍ଟି କର ଉତ୍ତର ଦେଇ ପାରିନଥିବା ଜଣାପଡିଛି | ସେହିପରି ଗତ ମଙ୍ଗଳବାର ଦିନ ସଦର ଥାନା ଅଞ୍ଚଳରୁ ଗୋଟିଏ ଘରୁ ଗୋଟିଏ ପଲସର ବାଇକ ଚୋରୀ ହୋଇଯାଇଛି | ଚୋରୀ ଘଟଣା ସମ୍ପର୍କରେ ସେମାନେ ମଧ୍ୟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ହେଲେ ଜିଲ୍ଲାର କୋଣ ଅନୁକୋଣରେ ଦିନକୁ ଦିନ ଚୋର ଡକାୟତଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବରେ ପେଟ୍ରୋଲିଂ ବ୍ୟବସ୍ଥା ନଥିବା କାରଣ ହିଁ ସହରରେ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଳିଟିଛି |

Leave A Reply

Your email address will not be published.