ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ପୁଇଁତଲା ବ୍ଲକ ଅନ୍ତର୍ଗତ ଅଇଁଲାସାରି ଗ୍ରାମବାସୀ ଆଜି ବଲାଙ୍ଗୀର ଆରକ୍ଷୀ ଅଧକ୍ଷଙ୍କ କାର୍ଯ୍ୟଲୟ ସମ୍ମୁଖରେ ଶତାଧିକ ପୁରୁଷ ଓ ମହିଳା ଆନ୍ଦୋଳନ ସହ ଧାରଣା ଦେଇଛନ୍ତି।ଯେଉଁଥିରେ ଏମାନେ ସିଧାସଳଖ ଦାବି ରଖିଛନ୍ତି।ବିନା କାରଣ ରେ ଅଇଁଲାସାରି ଗ୍ରାମର ୩୨ଜଣଙ୍କୁ ବଲାଙ୍ଗୀର ପୋଲିସ ଗତ ରାତିଠୁଁ ଘର ଭିତରେ ପଶି ନିରୀହ ଲୋକଙ୍କୁ ଘରୁ ଉଠାଇ ଆଣିଥିବା ଅଭିଯୋଗ କରି ଆନ୍ଦୋଳନ କୁ ଓଲ୍ଲାଇଛନ୍ତି।ଓ ଯେ ପ୍ରଯନ୍ତ ଗିରଫ କରିଥିବା ୩୨ ଜଣ ନିରୀହ ଲୋକଙ୍କୁ ନ ଛାଡିବ ସେ ପ୍ରଯନ୍ତ ଏହି ଆନ୍ଦୋଳନ ଓ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ତେବେ ସୂଚନା ଅନୁସାରେ ଗତ ସନ୍ଧ୍ୟା ସମୟରେ କିଛି ଲୋକେ ଅଇଁଲାସାରି ଗ୍ରାମର ଜଣେ ଶିକ୍ଷକ ଟଙ୍କା କାଢି ନିଜ ଗ୍ରାମ କୁ ଫେରୁଥିବା ସମୟରେ ମାଧିଆ ପାଳି ରେଲୱେ ଅଣ୍ଡରବ୍ରିଜ ନିକଟସ୍ଥ ଜଣେ ଯୁବକ ଲୁହାଛଡ଼ ରେ ଆକ୍ରମଣ କରିଥିଲେ।ଯାହା ଫଳରେ ଗୁରୁତର ଆହତ ଶିକ୍ଷକ ଏବେ ବଲାଙ୍ଗୀର ଭୀମଭୋଇ ମେଡିକାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସହ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମଧ୍ୟ ରହିଛି।ତେବେ ଶିକ୍ଷକ ଙ୍କୁ ଆକ୍ରମଣ କରିବା ଓ ସେହି ଗ୍ରାମର ତିନି ଗୋଟି ଘର କିଛି ଦୁର୍ବୁର୍ତ୍ତ ଜାଳିବା ସହ ପୋଲିସ ପ୍ରଶାସନ ନିରୀହ ୩୨ଜଣଙ୍କୁ ଗିରଫ କରିବା ଘଟଣା କୁ ନେଇ ଅଇଁଲାସାରି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ମାଛ ଚାଷ ର ଅକ୍ସନ କୁ ନେଇ ଏହି ଆକ୍ରମଣ କରିଥିବା ସହ ଘର ଜାଳି ପୋଡ଼ି ବାଉଁଶ କରିଥିବା ଅଭିଯୁକ୍ତ କୁ ଗିରଫ କରାଯାଉ ଓ ଗିରଫ ହୋଇଥିବା ନିରୀହ ୩୨ଜଣଙ୍କୁ ପୋଲିସ ଛାଡିଦିଅନ୍ତୁ ଏବଂ ଆମକୁ ଉଚିତ ନ୍ୟାୟ ମିଳୁ ଭଳି ଦାବି ରଖି ଆନ୍ଦୋଳନ କାରୀ ଆନ୍ଦୋଳନକୁ ତୀବ୍ରତର ରୂପରେଖ ଦେଇଛନ୍ତି।ଯାହା ଫଳରେ ଆନ୍ଦୋଳନ ସ୍ଥଳରେ ଧସ୍ତାଧସ୍ତି ହୋଇଥିବା ମଧ୍ୟ ନଜିର କୁ ଆସିଥିଲା। ଯାହା ଫଳରେ ବଲାଙ୍ଗୀର ପୋଲିସ ପ୍ରଶାସନ ର ୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଉତ୍ତେଜନା ସ୍ଥଳ କୁ ନିୟନ୍ତ୍ରିତ କରିବା ପାଇଁ ଛିଡ଼ା ହୋଇଥିବା ମଧ୍ୟ ନଜିର କୁ ଆସିଥିଲା। ସେ ପଟେ ଅଭିଯୋଗକାରୀ ଏହି ଅପ୍ରୀତିକର କାଣ୍ଡ ଭିଆଇଥିବା ଙ୍କ ନାଁମ ସିଧାସଳଖ ଉଲ୍ଲେଖ କରୁଥିବା ବେଳେ ବଲାଙ୍ଗୀର ଆରକ୍ଷୀ ଅଧକ୍ଷ କୌଣସି ନିରୀହ ଙ୍କୁ ଗିରଫ କରିନଥିବା ଜଣାଇବା ସହ ସମସ୍ତ ତଥ୍ୟ କୁ ଗୁରୁତ୍ୱ ସହ ଛାନ ବିନ କରୁଥିବା ଦର୍ଶାଇଛନ୍ତି। ଅନ୍ୟପଟେ ଏହି ଧାରଣା ଓ ଆନ୍ଦୋଳନ ଫଳରେ ସହର ମଧ୍ୟରେ ସରଗରମ ମାହୋଲ ଦେଖିବାକୁ ମଧ୍ୟ ମିଳିଥିଲା।ଯାହା ଲୋକଙ୍କୁ ଭୟଭୀତ କରିବା ସହ ଆତଙ୍କିତ ହେଉଥିବାର ମଧ୍ୟ ନଜିର ରହିଛି।
Sign in
Sign in
Recover your password.
A password will be e-mailed to you.