ରାୟଗଡ଼ରୁ ସରୋଜ କୁମାର ସାହୁ: ଆଜି ଜାତୀୟ ଗ୍ରାମ୍ୟ ଓ କୃଷି ବିକାସ ବ୍ୟାଙ୍କ (ନାବାର୍ଡ) ର ୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ରାଜଭବନରୁ ସିଧା ଭିଡିଓ କନ୍ଫେରେନସିଂ ମାଧ୍ୟମରେ ଆୟୋଜିତ ବର୍ଣ୍ଣାତ୍ୟ କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନାବାର୍ଡର ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ, ଦିର୍ଘଦିନ ଧରି ଗ୍ରାମାଞ୍ଚଳର ଭିତ୍ତିଭୂମୀ ବିକାଶ, ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସ୍ଥାୟୀ ଜୀବିକା ପ୍ରଦାନ, ଜଳସେଚନ ସୁବିଧା ତଥା କୃଷି ଉତ୍ପାଦକ ଉଦ୍ୟେଗୀ ମାନଙ୍କୁ ପ୍ରତ୍ସାହିତ କରି ଆସୁଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର, ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଶାସନସଚିବ, ଅର୍ଥ ବିଭାଗ, ଓଡିଶା ସରକାର, ନାବାର୍ଡର ସାଧାରଣ ପରିଚାଳକ ଯୋଗ ଦେଇଥିଲେ । ଭିଡିଓ କନ୍ଫେରେନସିଂରେ ଆୟୋଜିତ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ଧିରେନ୍ଦ୍ର ବିହାରୀ ଏବଂ ନାବାର୍ଡର ଡି.ଡି.ଏମ୍ ନାବାର୍ଡ ଶ୍ରୀ ସନ୍ତୋଷ କୁମାର ସାମଲ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ବାଣିପାଙ୍ଗ। ଗ୍ରାମର ନୀଳକଣ୍ଠ ବାଣିଆଙ୍କୁ ସଫଳ ଚାଷୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.