ଦରବୃଦ୍ଧି ଓ ଚାଷୀମାନଙ୍କର ସମସ୍ୟାକୁ ନେଇ କଂଗ୍ରେସ ତରଫରୁ ବ୍ଲକ ସମ୍ମୁଖରେ ଧାରଣା

0

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସମ୍ମୁଖରେ ଆଜି ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆ ଯାଇଥିଲା । କୋବିଡ଼ କଟକଣା କୁ ପାଳନ କରି ଅଳ୍ପ କିଛି କର୍ମୀ ଙ୍କୁ ନେଇ ଦଳ ତରଫରୁ ଏହି ଧାରଣା ପ୍ରଦର୍ଶନ କରାଯାଇଥିଲା ।  

ପ୍ରାପ୍ତ ସୂଚନା ଅନୁସାରେ ପୂର୍ବତନ ବିଧାୟକ ଶ୍ରୀ ସତ୍ୟ ଭୂଷଣ ସାହୁ ଙ୍କର ପ୍ରତକ୍ଷ ତତ୍ୱବଧାନରେ ଓ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ମୁଜାଫର ହୁସେନ ଙ୍କର ନେତୃତ୍ୱରେ ହୋଇଥିବା ଏହି ଧାରଣା ରେ ଅଂଚଳର ବାରିଷ୍ଟ ନେତା ମାନେ ଦରବୃଦ୍ଧି ଓ ଚାଷୀ ପ୍ରସଙ୍ଗକୁ ନେଇ ନିଜର ମନ୍ତବ୍ୟ ରଖିଥିଲେ । ଭାରତ ନିଜର ଚାହିଦାର ପଞ୍ଚାଅସି ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରିଥାଏ। କେନ୍ଦ୍ରରେ UPA ସରକାର ଥିବା ବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ବେରେଳ ପିଛା ଏକସହ ପଚିଶ ଡଲାର ରହିଥିବା ସତ୍ତ୍ୱେ ସେତେବେଳେ ପେଟ୍ରୋଲ ଦର ସତୁରି ଟଙ୍କା ରହିଥିଲା । ହେଲେ ଆଜି ଆଜି ବେରେଳ ପିଛା ଷାଠିଏ ଟଙ୍କା ଥିବା ସତ୍ତ୍ୱେ ପେଟ୍ରୋଲ ଓ ଡିଜେଲ କେବେଠାରୁ ଶହେ ଅତିକ୍ରମ କରି ସାରିଲାଣି । ତୈଳ ଦର ବୃଦ୍ଧି ପାଉଥିବା କାରଣରୁ ସମସ୍ତ ଜିନିଷର ଦାମ ଅତ୍ୟଧିକ ମାତ୍ରାରେ ବଢ଼ିବାରେ ଲାଗିଛି । ବର୍ତମାନ ଦେଶବସି  କୋରୋନା ମହାମାରୀ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ସଂଘର୍ଷ କରୁଛନ୍ତି । କୋରୋନା କାଳର ଲକଡାଉନ ଓ ସଟଡାଉନ ଅନେକ ଲୋକଙ୍କର ଜୀବନ ଜୀବିକା ଛଡାଇ ନେଇଛି । ଦେଶରେ ହାତ ଗଣତି କିଛି ବଡ ବ୍ୟବସାୟୀ ଙ୍କର ଛଡା ବ୍ୟବସାୟ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇ ଗଲାଣି । ଚାକିରୀ ହରାଇ ବହୁ ଯୁବକ ବେକାରୀ ହୋଇ ଗଲେଣି । ଦେଶର ଲାଗିରହିଥିବା ଏମିତି ଭୟାବହ ପରିସ୍ଥିତି ସମୟରେ ଦେଶ ବାସୀଙ୍କୁ ସନ୍ତାନ ଦେବା ପରିବର୍ତେ କେନ୍ଦ୍ରରେ ଥିବା ସରକାର ପ୍ରତ୍ୟେକ ଦିନ ଲୋକଙ୍କ ପକେଟରେ ହାତ ପୁରାଇ ଲୋକଙ୍କୁ ଲୁଟ କରୁଛି । କ୍ରମାଗତ ଭାବରେ ପ୍ରତ୍ୟେକ ଦିନ ତୈଳ ଦର ସାଙ୍ଗକୁ ରୋଷେଇ ଗେସ , ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି ଯାହା ଫଳରେ ମହଙ୍ଗା ମାଡରେ ଏବେ ସାରା ଦେଶବାସୀ କ୍ଷତାକ୍ତ ହୋଇ ପଡିଲେଣି ।  ଏହା ସହିତ ଦୀର୍ଘ ଦିନ ଧରି ଦେଶକୁ ଅନ୍ନ ଯୋଗାଉଥିବା ଅନ୍ନଦାତା ପ୍ରାୟ ନଅ ମାସ ହେବ ରାଜରାସ୍ତାରେ  ନିଜର ହକ ପାଇଁ ତଥା ନିଜର ସୁରକ୍ଷା ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଛି । ଉଦାସୀନ ସରକାର ଚାଷୀ ଭାଇ ମାନଙ୍କର ଦାବି ମାନିବା ପାଇଁ ନାରାଜ । ଚାଷୀର ସମସ୍ୟା ପ୍ରତି ତୁରନ୍ତ ଧ୍ୟାନ ଦେଇ ଚାଷୀ ମାନଙ୍କର ସମସ୍ୟା ର ସମାଧାନ କରିବା ପାଇଁ ତଥା ବର୍ଦ୍ଧିତ ତୈଳ ଦର କମାଇବା ପାଇଁ ଦାବି କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ସତ୍ୟ ଭୂଷଣ ସାହୁ । ଏହି ଧାରଣା ରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବିରଦତ୍ୟ ସାହୁ , ଗୋପୀନାଥ ସରଫ , ମିନା ବାଗ , ଅଜିତ ପୋଢ଼ , ଘନଶ୍ୟାମ ବନଛୋର , ଗୋବିନ୍ଦ ପଟେଲ , ହେମନ୍ତ ରାୟ ,ଧ୍ରୁବ ହାତୀ , ଦୁଖୀଶ୍ୟାମ ପଟେଲ , ଭୋଜରାଜ ପଟେଲ , ନନ୍ଦଲଲ ନାୟକ , ମହେଶ୍ୱର ବାଗ ପ୍ରମୁଖ ଯୋଗ ଦେଇ ନିଜ ନିଜ ମତାମତ ରଖିଥିଲେ ।

Leave A Reply

Your email address will not be published.