ବର୍ଷା ଓ ପବନରେ  ଇଚ୍ଛାପୁରରେ ବ୍ୟାପକ କ୍ଷୟ କ୍ଷତି. ଫସଲ ନଷ୍ଟ ,  5 ଜଣ ଆହତ     

0

           à¬¬à¬°à­à¬·à¬¾ ଓ ପବନରେ  ଇଚ୍ଛାପୁରରେ ବ୍ୟାପକ କ୍ଷୟ କ୍ଷତି. ଫସଲ ନଷ୍ଟ ,  5 ଜଣ ଆହତ                            

ପାଇକମାଲ/ଗୌରାଙ୍ଗ ଚରଣ ଦାଶ:- ଅଂଚଳର ଚାଷୀ ମାନଙ୍କୁ ଲଗାତାର ଭାବରେ ପ୍ରାକୃତିକ ବିପର୍ଯୟ ଓ ସରକାରୀ ଉଦାସୀନତାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରକୃତିକ ବିପର୍ଯୟ ଭାଙ୍ଗି ଦେଉଛି ଚାଷୀର ମେରୁଦଣ୍ଡ। ରବିବାର ସକାଳ ରୁ ଆରମ୍ଭ ହେଇଯାଇଥିଲା ପ୍ରବଳ ବର୍ଷା  ।ବର୍ଷା ପରେ ମାଣ୍ଡୋସିଲି ନିକଟସ୍ଥ ଇଚ୍ଛାପୁର ଗ୍ରାମ ରେ ହଟାତ ମଦିଆସିଥିଲା ପ୍ରବଳ ପବନ। ଯାହା ଫଳରେ ଗ୍ରାମର ବହୁତ ଘର ଭାଙ୍ଗି ଯିବା ସହିତ ବହୁତ ଗଛ ଭାଙ୍ଗି ଯାଇଛି।ଲୋକାଙ୍କର ବିଲ ବାଡ଼ି ରେ ପବନ ଦ୍ୱାରା ବହୁତ କ୍ଷତି ହେଇଛି। ପବବ ବହୁ ଥିବା ସମୟରେ ନିଜ ବିଲରେ କାମ କରୁଥିବା ତ୍ରିନାଥ ମିରଧା,ସୁବନ ମିରଧା, ମାଂଗବତୀ ମିରଧା, ଶଙ୍ଖ ମିରଧା,ଓ ସମାରୁ ବାରିହା ପ୍ରମୁଖ ଗୁରୁତର ଭାବରେ ଆହତ ହେଇଥିଲେ। ହଟାତ ଏତେଜୋର ପବନ ବହୁଥିବା ଲକ୍ଷ କରି ଗ୍ରାମ ବସି ମାନେ ଆତଙ୍କିତ ହୋଇପଡିଥିଲେ। ପରେ ଆଞ୍ଚଳିକ କୃଷକ ମହାସଂଘ ର ସଭାପତି ଗିରିଶ ଡନସନା ,ଗଣେଶ ପ୍ରଧାନ ଓ ଅନ୍ୟ କର୍ମକର୍ତା ତଥା ସରପଞ୍ଚ  ଯୁଧିଷ୍ଠିର ପ୍ରମୁଖ ଇଚ୍ଛାପୁର ଗ୍ରାମକୁ ପହଞ୍ଚି ଆହତ ମାନଙ୍କୁ ଆମ୍ବୁଲେନ୍ସ ଯୋଗେ ନୂଆପଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଥିଲେ। ଏହାପରେ କୃଷକ କର୍ମକର୍ତା ମାନେ ବୁଲି କ୍ଷୟ କ୍ଷତି ର ଅକଲନ କରିଥିଲେ। ଧାନ ,କପା, ପନିପରିବା ଆଦି ଫସଲ ସମ୍ପୂର୍ଣ ଭାବରେ ନଷ୍ଟ ହେଇଯାଇଥିଲା। ସୋମବାର ଦିନ କ୍ଷୟକ୍ଷତି ର ବିସ୍ତୃତ ବିବରଣୀ ପ୍ରଶାସନ କୁ ପ୍ରଦାନ କରାଯିବ ଓ କ୍ଷତି ପୂରଣ ପାଇଁ ଦାବି କରାଯିବ ବୋଳି କୃଷକ ମହାସଂଘ ର କର୍ମକର୍ତା ମାନେ ଜଣାଇଛନ୍ତି। ନୂଆପଡାରେ ଚିକିତ୍ସା ଧୀନ ଚାଷୀମାନେ ବର୍ତ୍ତମାନ ଭଲ ଅଛନ୍ତି ବୋଲି ଜଣା ପଡ଼ିଛି।

ସୂଚନାଯୋଗ୍ୟ ଯେ ପ୍ରବଳ ବର୍ଷା ଜନିତ ବତୁରା କାନ୍ଥ ଭୁଶୁଡି ପଡିବାରୁ ପାଇକମାଳ ନିକଟସ୍ଥ ମିଠାପାଲି ଗ୍ରାମର ଟେକଧର ବରିହାଙ୍କ ମୃତ୍ୟୁ ହୋଇଯାଇଥିଲା, ଯାହାଙ୍କ ଫୋଟୋ ଉପରେ ସଂଲଗ୍ନ ହୋଇଛି |  

Leave A Reply

Your email address will not be published.