ପଦ୍ମପୁର ସହରରେ ମାଗଣା ସ୍ବାସ୍ଥ୍ୟ ଶିବିର 

0

15-07-18-nila.jpg - 64.60 kB

ପଦ୍ମପୁର/Nila Deep

-ସ୍ଥାନୀୟ ମାରଓ୍ବାଡି ଧର୍ମଶାଳା ପଦ୍ମପୁର ଠାରେ ବିକାଶ ମଲଟି ସ୍ପେସାଲିଟି ହସପିଟାଲ, ବରଗଡ଼ ଏବଂ ମାରୱାଡି  ଯୁବାମଞ୍ଚ ପଦ୍ମପୁର ଶାଖା ,ଜାଗୃତି ଶାଖା, ମହିଳା ସମ୍ମିଳନ ପଦ୍ମପୁର ଆନୁକୂଲ୍ୟରେ ଏକ ବିଶାଳ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସ୍ବାସ୍ଥ୍ୟ ଶିବିରରେ ବିକାଶ ହସ୍ପିଟାଲର ସୁନାମଧନ୍ୟ ଡାକ୍ତରମାନେ ଯଥା ଡ଼. ଚନ୍ଦ୍ରକାନ୍ତ ନାୟକ, ଡ଼. ତାପସ କୁମାର ବୈକାର,ଡ଼. ଚିନ୍ମୟନନ୍ଦ ଦାସ ,ଡ଼. ଆମୋଲ ଅଶୋକ ଆଚାର୍ଯ୍ୟ ଓ ଡ. ଶ୍ବେତା ଗୁପ୍ତା ଯୋଗଦେଇ ପଦ୍ମପୁର ଅଞ୍ଚଳର ୨୫୦ ଜଣ ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ମାରଓ୍ବାଡି ଯୁବାମଞ୍ଚ ପଦ୍ମପୁର ର ସଭାପତି ମୁକେଶ ଅଗ୍ରୱାଲ ,ସଂପାଦକ ଅମିତ କୁମାର ଅଗ୍ରୱାଲ, ମାରଓ୍ବାଡି ମହିଳା ସମ୍ମିଳନର ସଭାନେତ୍ରୀ ରାଜକୁମାରୀ ଅଗ୍ରୱାଲ, ସଂପାଦିକା ସନ୍ତୋଷି ଅଗ୍ରୱାଲ ଜାଗୃତି ଶାଖା ର ସଭାନେତ୍ରୀ ଧନେଶ୍ୱରୀ ଶର୍ମା ,ସଂପାଦିକା ମନୀଷା ଅଗ୍ରୱାଲ ଏବଂ ସୁନୀଲ ଅଗ୍ରୱାଲ ,ଜୟ ପ୍ରକାଶ, ଅଜୟ, ହରେଶ, ସୋମନାଥ, ମିଙ୍କୁ, ଦୀପକ, ଆଶିଷ ବଂଶଲ ଓ ଅନ୍ୟ ସମସ୍ତ ସଦସ୍ୟ ସଦସ୍ୟା  ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.