ମାଲକାନଗିରି,: ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥା ଓ ଜାତୀୟ ସମର ଶିକ୍ଷାର୍ଥି ବାହିନୀର ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ.ରଞ୍ଜନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତ କାର୍ଯ୍ୟକ୍ରରେ ମୂଖ୍ୟ ଅତିଥି ଭାବେ ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ, ସହକାରୀ ଅଗ୍ନିଶ୍ରମ ଅଧିକାରୀ ସରୋଜ କୁମାର ବେହେରା, ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋୟୀ, ବନପାଳ ଦୀପ୍ତି ରଞ୍ଜନ ନାୟକ, ରବି ନାରାୟଣ ଖଣ୍ଡୁଆଳ, ପ୍ରଧ୍ୟାପକ ଲିଙ୍ଗରାଜ ମିଶ୍ର, ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ଜିଲ୍ଲା ଯୁବ ରେଡକ୍ରସର ସଂଯୋଜକ ଡଃ.ଆଶିଷ କୁମାର ରାଠୋର, ଜାତୀୟ ସମର ଶିକ୍ଷାର୍ଥି ବାହାନୀ ଅଧିକାରୀ ସୁଶାନ୍ତ ମାଝି ଓ ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖା ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏ ଅବସରରେ ନିମ୍ବ, କୃଷ୍ଣଚୂଡ଼ା, ବେଲ, ଅଂଅଳା, ବାହାଡ଼ା, ପ୍ରଭୃତି ବିଭିନ୍ନ ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ବୃକ୍ଷ ରୋପଣ ଦ୍ଵାରା ପରିବେଷ ସୁସ୍ଥ ଓ ପ୍ରଦୂଷଣ ମୁକ୍ତ ରହିବ ତେଣୁ ସମସ୍ତେ ଏହି ବୃକ୍ଷ ରୋପଣକୁ ନିଜର କର୍ତବ୍ୟ ଭାବି ବୃକ୍ଷ ରୋପଣ କରିବା ନିତାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ ।
Sign in
Sign in
Recover your password.
A password will be e-mailed to you.