ମାଲକାନଗିରି : ସାରା ରାଜ୍ୟରେ ଫାର୍ମାସିଷ୍ଟ ସଂଘ ତରଫରୁ ବିଭିନ୍ନ ଦାବି ସରକାରଙ୍କୁ ଜଣାଇ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ୩୫ ଦିନ ଧରି କଳାବ୍ୟାଚ ପିନ୍ଧି ଫାର୍ମାସିଷ୍ଟ ମାନେ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । କରୋନା ମହାମାରି ଯୋଗୁଁ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତଥାପି ଫାର୍ମାସିଷ୍ଟ ମାନେ କରୋନା ମହାମାରି ସମୟରେ ନିଜ ଜୀବନକୁ ବାଜି ଲଗାଇ ରୋଗି ମାନଙ୍କ ସେବା କରୁଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଫାର୍ମାସିଷ୍ଟ ମାନଙ୍କ ଦାବି ପୁରଣ ହେଉନଥିବାରୁ ଆଜି ପୁଣି ଥରେ ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି । ଏଥିସହ ଆଗାମି ୧୬ ତାରିଖ ଦିନ ରାଜ୍ୟ ଫାର୍ମାସିଷ୍ଟ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ସରକାର ଏମାନଙ୍କୁ ଉଚିତ୍ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି । ଏମାନଙ୍କ ୪ ଟି ମୁଖ୍ୟ ଦାବି ଯଥା କ୍ୟାଡରରୁଲ ଲାଗୁ କରିବା , ସଠିକ୍ ସମୟରେ ପ୍ରମୋସନ ହେବାକୁ ଥିବା ଫାର୍ମାସିଷ୍ଟଙ୍କୁ ପ୍ରମୋଶନ ଦେବା , ଆର.ଏ.ସି.ପିକୁ ସଠିକ୍ ସମୟରେ ଯୋଗାଇବା ଓ ଯେଉଁ ଫାର୍ମାସିଷ୍ଟ ମାନେ ଅନେକ ବର୍ଷ ହେଲା କାର୍ଯ୍ୟ କରି ମଧ୍ୟ ରେଗୁଲାର ହୋଇପାରି ନାହାଁନ୍ତି । ସେମାନଙ୍କୁ ରୋଗୁଲାର କରିବା ପାଇଁ ଦାବି କରିଛନ୍ତି । ଯଦି ଏହି ଦାବି ଗୁଡିକ ପୁରଣ ନ ହୁଏ ତେବେ ଆଗାମି ଦିନରେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.