ନୂଆଗାଁ (ସୁବ୍ରତ ପରିଡ଼ା): ଓଡ଼ିଶା ପାଠାଗାର ,ସଂଗ୍ରହାଳୟ ଆନ୍ଦୋଳନ ର ପ୍ରବାଦ ପୁରୁଷ ପ୍ରଖ୍ୟାତ ସଂଗ୍ରାହକ ,ପ୍ରସିଦ୍ଧ ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ ( ଦାସିଆ ଅଜାଙ୍କ) ୧୧୪ ତମ ଜୟନ୍ତୀ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି।ଦାସିଆ ଅଜାଙ୍କ ନାତି ଦୀପକ୍ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ପାଠାଗାର ସଂଗ୍ରହାଳୟ ପକ୍ଷରୁ ଦାସିଆ ଅଜା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଓ ଧୂପ ମାଲ୍ୟାର୍ପଣ କରାଯାଇଥିଲା।ଅପରାହ୍ନରେ ଦାସିଆ ଅଜାଙ୍କ ସାଧନା ପୀଠ ଉଦୟପୁର ପାଠାଗାର,ସଂଗ୍ରହାଳୟ ପରିସରରେ ଦାସିଆ ପ୍ରେମୀ ମାନଙ୍କ ଦ୍ଵାରା ନିରାଡମ୍ବର ଭାବେ ପ୍ରାର୍ଥନା ସଭା,ଭଜନ,ନାମ ସଙ୍କୀର୍ତ୍ତନ ଏବଂ ଭାଗବତ ପାଠ କାର୍ଯ୍ୟକ୍ରମ ମାନ କରାଯାଇ ଦାସିଆ ଅଜା ଙ୍କୁ ଏବଂ ଦାସିଆ ଅଜାଙ୍କ ସହଧର୍ମିଣୀ ପୌର୍ଣ୍ଣମାସି ଦେବୀ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।ସୂଚନା ଥାଉକି ଦାସିଆ ଅଜା ଏକ ଗ୍ରାମୀଣ ପରିବେଶ ରେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସେ ଶିକ୍ଷା ଗ୍ରହଣ କରିଥିଲେ।ଜୀବନ ପ୍ରଣାଳୀ ଥିଲା ସରଳ ଓ ଅତି ସାଧାରଣ ।ଓଡ଼ିଶା ର ଗାଁ ଗଣ୍ଡା ସହର ବୁଲି ପୁରାତନ ପୁସ୍ତକ , ପତ୍ର ପତ୍ରିକା ,ପୋଥି ,ସାଂସ୍କୃତିକ ସନ୍ତକ ମାଗି ଯାଚି ଏକ ଗ୍ରାମୀଣ ପରିବେଶ ରେ ଜଙ୍ଗଲ ପାହାଡ ଘେରା ଉଦୟପୁର ଠାରେ ସ୍ଥାପନ କରିଥିଲେ ଏକ ଜାତୀୟ ସ୍ତରୀୟ ପୃଥିବୀ ପ୍ରସିଦ୍ଧ ପାଠାଗାର,ସଂଗ୍ରହାଳୟ ଓ ଗବେଷଣା ଗାର ଯାହାକି ଆଜି ସମଗ୍ର ବିଶ୍ଵରେ ବିରଳ ଓ ବିସ୍ମୟ ଅଟେ।
Sign in
Sign in
Recover your password.
A password will be e-mailed to you.