ମିଳୁନି ଭତ୍ତା କି ଇନ୍ଦିରା ଆବାସ : କେମିତି ବଂଚିବେ ଆଦିବାସୀ ମହିଳା କଇଳାସ !!!

0 2

ନୂଆଗାଁ/ସୁବ୍ରତ ପରିଡ଼ା : ରାଜ୍ୟସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ଵ ହୀନତା ଯୋଗୁଁ ଆଦିବାସୀ ଲୋକମାନେ ଭତ୍ତା ଓ ଇନ୍ଦିରା ଆବାସ ପାଇବାରୁ ବଞ୍ଚିତ ହେଉଛନ୍ତି।ଏହାର ଏକ ସ୍ପଷ୍ଟ ଚିତ୍ର ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କନ୍ଧ ଖାଲମଡ଼ା ଗ୍ରାମର ବାସିନ୍ଦା କୈଳାଶ ପ୍ରଧାନଙ୍କ ଠାରେ ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ୧୯୫୪ ମସିହାରେ ଜନ୍ମ ଗ୍ରହଣ କରିଥିବା କୈଳାସ ପ୍ରଧାନଙ୍କ ବୟସ ୬୦ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଯାହା ଚାଉଳ ମିଳୁଛି ସେଥିରେ ଦୁଃଖ କଷ୍ଟରେ ଜୀବନ କରୁଛନ୍ତି ଆଦିବାସୀ ମହିଳା କୈଳାଶ ପ୍ରଧାନ। ବହୁ କଷ୍ଟରେ ଜଙ୍ଗଲରୁ ଶାଳ ପତ୍ର ସଂଗ୍ରହ କରି ଖଲି ତିଆରି କରି ବିକ୍ରୟ କରି  ଯାହା କିଛି ଅର୍ଥ ଉପାର୍ଜନ ହୁଏ ସେଥିରେ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି କୈଳାଶ ପ୍ରଧାନ।କେବଳ ଭତ୍ତା ନୁହେଁ ଇନ୍ଦିରା ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ ଅଛନ୍ତି । କୈଳାଶ ପ୍ରଧାନ ଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି।କେବେ ମିଳିବ ଭତ୍ତା ଏବଂ ଇନ୍ଦିରା ଆବାସ ? ବର୍ଷ ବର୍ଷ ଧରି ଅପେକ୍ଷା ରେ ଅଛନ୍ତି କୈଳାଶ ପ୍ରଧାନ। କୈଳାଶ ପ୍ରଧାନ ଙ୍କ ଦୁଃଖଭରା ଜୀବନ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ନ ପଡିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଜନସାଧାରଣ ରେ ଚର୍ଚ୍ଚା ଚାଲିଛି।ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି କିପରି ରାଜ୍ୟସରକାରଙ୍କ ଜନ କଲ୍ୟାଣ କାରୀ ଯୋଜନା ବାଟବଣା ହେବାରେ ଲାଗିଛି।କୈଳାଶ ପ୍ରଧାନ ଙ୍କ ଏଭଳି ସମସ୍ୟା ଦୂରୀକରଣ ପାଇଁ ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବା ପାଇଁ ଜନସାଧାରଣ ରେ ଦାବୀ ହେଉଛି।

Leave A Reply

Your email address will not be published.