ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦରେ ବେଆଇନ ଭାବେ ବିଭିନ୍ନ ରାଜ୍ୟରେ ହେଉଥିବା ଲଟେରୀର ଟିକଟ ବିକ୍ରିକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ ସଚେତନ ହୋଇ ଉଠିଥିଲା । ଉକ୍ତ ବେଆଇନ ଲଟେରୀ ବ୍ୟବସାୟରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ନିମନ୍ତେ ଜାଲ ବିଛେଇ ଥିଲେ । ଏହି ସମୟରେ ସହରର ୱାର୍ଡ ନମ୍ବର ୧୦ ଲାଲବଜାର ଅଞ୍ଚଳରେ ଲଟେରୀ ଟିକଟ ବିକ୍ରି ଚାଲିଥିବାର ପୁଲିସର ଗୁଇନ୍ଦା ରିପୋର୍ଟ ଅନୁସାରେ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏସାଇ ଅଶୋକ କୁମାର ବାରିକ, ଏଏସଆଇ ଜି ଏସ ପରିଡ଼ା, ସନାତନ ମହାନ୍ତ, ବାସନ୍ତୀ ସିଂ ପ୍ରମୁଖଙ୍କ ସହ କେ କେ ତ୍ରିପାଠୀ, ପି ପି କର, ଏମ ଆର ତରେଇ, ବିନୋଦ କୁମାର ସିଂବାବୁ ପ୍ରମୁଖ ପୁଲିସର ଏକ ଟିମ ଲଟେରୀ ଅଫିସ ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଏହିସମୟରେ ସହରର ୱାର୍ଡ ନମ୍ବର ୨୦ ଶୁନଗଡ଼ିଆ ଅଞ୍ଚଳର କେଶବ ଜେନାଙ୍କ ପୁଅ କମଲ ଜେନା(୩୨), ୱାର୍ଡ ନମ୍ବର ୧୦ର ତାରାପଦ ପ୍ରମାଲିକ ପୁଅ ବରୁଣ ପ୍ରମାଲିକ(୫୮) ପ୍ରମୁଖଙ୍କ ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟ ମୁର୍ଷିଦାବାଦ ଜିଲ୍ଲା ନବଗ୍ରାମ ଥାନା ଅଧିନ ମୁବାରକପୁର(ପାଞ୍ଚଗ୍ରାମ) ଅଞ୍ଚଳର ଅଜିଦ ହୁସେନ(୩୩) ଏବଂ ପଶ୍ଚିମ ମେଦିନପୁର ଜିଲ୍ଲା କୁତୱାଲି ଥାନା ଅଧିନ ୱାର୍ଡ ନମ୍ବର ୧୩ ମୋମିନ ମୋହଲର ସେକ ମୋତି ଉଲ୍ଲାହଙ୍କ ପୁଅ ସେକ ଅହମ୍ମଦ ଉଲ୍ଲାହ(୫୨)ଙ୍କୁ ବେଆଇନ ଭାବେ ଲୋକମାନଙ୍କୁ ଲଟେରୀ ଟିକଟ ବିକ୍ରି କରୁଥିବା ବେଳେ ୧୦୦ ଗୋଟି ଟିକଟ ବହି, ନଗଦ ୭,୪୩୦ ଟଙ୍କା ସହିତ ଗିରଫ କରିଥିଲେ । ଉକ୍ତ ଘଟଣାକୁ ନେଇ ଅଭିଯୁକ୍ତମାନଙ୍କ ନାମରେ ବାରିପଦା ଟାଉନ ଥାନାରେ 294(A), 420, 34 IPC Rw sec-3 OPG Act ଅନୁସାରେ କେଶ ନମ୍ବର ୬୩୪/୨୦୨୧ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି । ପ୍ରକାଶ ଥାଉକି , ଓଡିଶା ରାଜ୍ୟରେ ଲାଟେରୀକୁ ବେଆଇନ ଘୋଷଣା କରାଯାଇଥିବା ବେଳେ ଅଭିଯୁକ୍ତମାନେ ସିକିମ, ନାଗାଲାଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ଲଟେରୀ ଟିକଟକୁ ବିକ୍ରି କରି ଆସୁଥିଲେ । ଏହା ଦ୍ୱାରା ବିଭିନ୍ନ ନିରୀହ ଜନସାଧାରଣ ଲୋଭରେ ପଡି ପ୍ରତ୍ୟେକ ଦିନ ଶହ ଶହ ଟଙ୍କାର ଲଟେରୀ ଟିକଟ କିଣି କେବଳ ଖର୍ଚ୍ଚାନ୍ତ ହୋଇ ଆସିବା ସାଙ୍ଗକୁ ପ୍ରତାରଣାର ଶିକାର ହେଉଥିଲେ ।
Sign in
Sign in
Recover your password.
A password will be e-mailed to you.