ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକରେ ଶୁକ୍ରବାର ବରଗଡ ଲୋକସଭା ସାଂସଦ ସୁରେଶ ପୁଜାରୀ ସ୍ଥାନିୟ ରାଜିବ ଭବନ ଠାରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରି ଉପସ୍ଥିତ ଅଧିକାରିଙ୍କୁ ସେ ଗୁଡିକ ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିଖିଲିଗ୍ରାମ ପଂଚାୟତରେ ୨୦୧୯-୨୦ଓ୨୦୨୦-୨୧ ମସିହାରେ ଚିଖିଲି ଗ୍ରାମ ର ଅଶ୍ବିନୀ ଦାସ ,୨୦୧୯-୨୦ବର୍ଷ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ.ମାତ୍ର ଘର ତିଆରି ନ କରି ସମସ୍ତ ଟଙ୍କା ଉଠାଇବା ସହିତ ଗୃହକାର୍ଯ୍ୟ ସମ୍ପୁର୍ଣ୍ଣ ହୋଇସାରିଥିବା ,ସେହିପରି ଉକ୍ତ ଗ୍ରାମ ର ଅଶୋକ ମହାପାତ୍ର ଦୁଇ ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସମସ୍ତ ଟଙ୍କା ଉଠାଇ ଛନ୍ତି ବୋଲି ଚିଖିଲି ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରେମରାଜ ଅଗ୍ରୱାଲ ଅଭିଯୋଗ କରିଥିଲେ। କନ୍ଦାଗାଡ ଗ୍ରାମ ପଞ୍ଚାୟତ ରୁ ବୁରୋମୁଣ୍ଡା ରାସ୍ତା କୁ ଦୀର୍ଘ ୧୩ ବର୍ଷଧରି ଅବରୋଧ କରାଯାଇଥିବା ଓ ଏ ନେଇ ବାରମ୍ବାର ଆପତ୍ତି କରିବା ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଦୃଷ୍ଟିଗୋଚର କରୁନଥିବା ବିଷୟ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଏହା ପରେ ସାଂସଦ ଶ୍ରୀ ପୁଜାରୀ ଏହାର ସମାଧାନ କରିବାକୁ ସ୍ଥାନୀୟ ତହସିଲଦାର ଓ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହା ସହିତ ଜଙ୍ଗଲ ଜମି ଭୂମି ହିନ ଙ୍କୁ ଦିଆଯାଇଥିଲେ ଶୁଦ୍ଧା ଜମି ଚିହ୍ନଟ ନହେବା, ବ୍ଳକ ର ବିଭିନ୍ନ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରାଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ସମ୍ପର୍କରେ ଅଭିଯୋଗ ହୋଇଥିଲା।ଏହି ଅଭିଯୋଗ ସୁଣାଣି ସମୟରେ ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ରାଜ୍ୟ କମିଟି ସଦସ୍ୟ ସୁରେଶ୍ଵର ଶତପଥୀ, ବରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ, ସାଂସଦ ପ୍ରତିନିଧି ପ୍ରବୀଣ କୁମାର ପାଣିଗ୍ରାହୀ, ବ୍ଳକ ଅଧକ୍ଷା ବାସନ୍ତୀ ପାଣ୍ଡେ,ବ୍ଳକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲ୍ଲା ପରିଷଦ ସସ୍ମିତା ଡନସନା ପ୍ରମୁଖ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଅନୁନ୍ଯ ୨୦୦ ରୁ ଉର୍ଦ୍ଧ ଅଭିଯୋଗ ଆସିଥିଲା। ସମସ୍ତ ଅଭିଯୋଗ ତଥା ଦୁର୍ନୀତି ର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ବୋଲି ସାଂସଦ ଶ୍ରୀ ପୁଜାରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.