ଆଞ୍ଚଳିକ ନିର୍ମାଣଧିନ ଶ୍ରମିକ ସଙ୍ଘ ପକ୍ଷରୁ ଚାରା ରୋପଣ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ମୋହନା ଆଞ୍ଚଳିକ ନିର୍ମାଣଧିନ ଶ୍ରମିକ ସଙ୍ଘ ପକ୍ଷରୁ ମାଣିକେଶ୍ୱରୀ ମନ୍ଦିରଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସପ୍ତାହେ ଧରି ଚାଲିଥିବା ବନ ମହୋତ୍ସବ ଅବସରରେ ପ୍ରତ୍ୟକ ସ୍ଥାନରେ ବନ ବିଭାଗ ଦ୍ୱାରା ଚାରା ରୋପଣ କରାଯାଉଛି ।ଅଡ଼ବା , ଚନ୍ଦ୍ରଗିରି , ଚାନ୍ଦିପୁଟ , ପାଣିଗଣ୍ଡା , ଶିକୁଳି ପଦର ଭଳି ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ଦ୍ୱାରା ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ମୂଲ୍ୟବାନ ଚାରା ଲଗାଯାଉଛି। 

ସେହିଭଳି ସ୍ଥାନୀୟ ଆଞ୍ଚଳିକ ନିର୍ମାଣଧୀନ ଶ୍ରମିକ ସଙ୍ଘ ପକ୍ଷରୁ ସ୍ଥାନୀୟ ମା ମାଣିକେଶ୍ଵରୀ ମନ୍ଦିର ପରିସରରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଭିକାରୀ ଚରଣ ନାୟକ, ସାମ୍ବାଦିକ ଅଂଶୁମାନ ପଣ୍ଡା , ଶ୍ରମିକ ସଙ୍ଘ ସଭାପତି ଭଜହରି ସାହୁ , କୃଷ୍ଣ ପଣ୍ଡା , କାଳିଆ ପାତ୍ର , ଭିକି ମାଝୀ , କେଦାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.