ଉତ୍କଳମଣି ଗୋପବନ୍ଧୁ ଙ୍କ ୯୩ତମ ଶ୍ରାଦ୍ଧ ଦିବସ ପାଳନ

0 2

ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବରିକେଲ ସ୍ଥିତ ଗୋପବନ୍ଧୁ ଜନକଲ୍ୟାଣ ସମିତି ଆନୁକୁଲ୍ୟରେ ଆଜି ପୂର୍ବାହ୍ନ ସମୟରେ ଦୈନିକ ଖବରକାଗଜ ର ପ୍ରାଣପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୩ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି lଗୋପବନ୍ଧୁ ଜନକଲ୍ୟାଣ ସମିତି ବରିକେଲ ର ଆବାହକ ଶ୍ରୀମାନ ମନୋରଞ୍ଜନ ସାହୁ ସାରସ୍ୱତ ସାଧକ, ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶା ର ବରେଣ୍ୟ ବରପୁତ୍ର ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପପ୍ରଜ୍ଜଳନ କରିଥିଲେ lଏ ପରିପ୍ରେକ୍ଷୀରେ ରେ ଆୟୋଜିତ ଏକ ସଭାରେ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ସାହୁ, ଅଧ୍ୟକ୍ଷତା କରିଥିବାବେଳେ, ମୁଖ୍ୟଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ରଜନୀ କୁମାର ମହାନ୍ତି, ସମାଜସେବୀ ଗୁନାରୁ ବାରିକ, ସମ୍ମାନିତ ଅତିଥି ଭାବେ ଶ୍ରୀମାନ ଦେବରାଜ ଶତପଥି ଯୋଗଦେଇ ମହାନ ଜନନାୟକ ତଥା ସମାଜ ସଂସ୍କାରକ ଗୋପବନ୍ଧୁ ଙ୍କ ତ୍ୟାଗପୂତ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ଦିଗଦର୍ଶନ ଦେଇଥିଲେ lମୁଖ୍ୟବକ୍ତା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଚୁହାନ ଯୋଗଦେଇ ଦରିଦ୍ର, ଅବହେଳିତ,ଦୁଃଖି ଲୋକଙ୍କୁ ନିଃସ୍ୱାର୍ଥପର ଭାବେ ସେବାଦେଇ ନିଜ ଜୀବନ କୁ ଜଳାଞ୍ଜଳି ଦେଇଥିବା ଅମ୍ଳାନ ପ୍ରତିଭାସମ୍ପନ୍ନ ଗୋପବନ୍ଧୁ ଙ୍କ ଜୀବନୀ ବିଷୟରେ ହୃଦୟସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରି ବର୍ତ୍ତମାନ କରୋନା ସତର୍କତା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇଥିବା ଟୀକାକରଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଶତପ୍ରତିଶତ ପ୍ରତିଷେଧକ ଟୀକା ନେବାପାଇଁ ସଭ୍ୟମାନଙ୍କ ଭୂମିକା ସମ୍ପର୍କରେ ଅବଗତ କରିଥିଲେ lଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭିକ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଶ୍ରୀମାନ ଅଶୋକ କୁମାର ସାହୁ, ଅନୁଷ୍ଠାନର କର୍ମକର୍ତ୍ତାସର୍ବଶ୍ରୀ ରାହାସ ବିହାରି ପଣ୍ଡା, ପରମେଶ୍ବର ସାହା, ମୀନକେତନ ସାହୁ,ପ୍ରଦୀପ ମହାନ୍ତି,ଭାରତଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ lଶେଷରେ କୋଷାଧ୍ୟକ୍ଷ ପ୍ରମୋଦ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.