ଏସଇସିସି ତାଲିକାରେ ଆଦିବାସୀ ପଡା ଲୋକଙ୍କ  ନା’ ନାହିଁ:  ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଫଟାମୁଣ୍ଡା ଗ୍ରାମବାସୀ

0

 

14-07-18-fatamunda.jpg - 61.70 kB

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ; ଅର୍ଥନୈତିକ ଓ ଜାତିଗତ ଜନଗଣନା ତୃଟିରେ ସଂଶୋଧନ ତଥା ବାଦ ପଡିଥିବା ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଏସଇସିସି  ତାଲିକାଭୁକ୍ତ କରିବା ଦାବି ନେଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଆଦିବାସୀ ପଡା ବାସୀ ଜିଲ୍ଲାପାଳଙ୍କ  ଜନଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁଁ ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ଏକ ଅଭିଯୋଗ ପତ୍ର ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆଭ୍ୟନ୍ତରୀଣ ତଥା ଅନୁନ୍ନତ ଉମା ଗ୍ରାମ ପଞ୍ଚାୟତର ଫଟାମୁଣ୍ଡା ଆଦିବାସୀ ପଡାର ଗରିବ, ଖଟିଖିଆ ଦିନମଜୁରୀଆ ତଥା  ନିରୀହ ଗ୍ରାମବାସୀ ଙ୍କ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ନାହିଁ । ଆର୍ଥିକ ସ୍ଥିତି ଦୁର୍ବଳ ହେତୁ ପ୍ରତିବର୍ଷ ଚାଳକୁଡିଆ ଘର ଖଣ୍ଡିକ ମରାମତି କରିବା ସେମାନଙ୍କ ପାଇଁ କାଠିକର ହୋଇଥାଏ । ଗ୍ରାମାଞ୍ଚଚଳର ଗରିବ ଦୁସ୍ଥ ଆର୍ଥିକ ଅନଗ୍ରସର ଲୋକଙ୍କ ଆର୍ଥିକ, ସାମାଜିକ ସ୍ତରରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର ୨୦୧୧ ମସିହାରେ ସାମାଜିକ, ଅର୍ଥନୈତିକ ଓ ଜାତିଗତ ଜନଗଣନା ସର୍ଭେ କରିଥିଲେ । ସେହି ସମୟରେ ହୋଇଥିବା ସର୍ଭେ ତାଲିକାରେ ଚାଳ କୁଡିଆ ବା କଚ୍ଚା ଘର ଥିବା ଲୋକଙ୍କ ପରବର୍ତ୍ତି  ସମୟରେ କିଛି ଅସାଧୁ ଓ କୂଚକ୍ରି ଙ୍କ କୂଟଚକ୍ରାନ୍ତ ଯୋଗୁଁ କଚ୍ଚା ଘର ଥିବା ଲୋକମାନଙ୍କ ପକ୍କାଘର ଓ ପକ୍କାଘର ଥିବା ବ୍ୟକ୍ତି ବିଶେଷଙ୍କ କଚ୍ଚାଘର ରେ ପରିବର୍ତ୍ତନ କରାଯାଇଥିଲା । କେବଳ ସେତିକି ନୁହେଁ ଏହି ଆଦିବାସୀ ପଡାର ଚାଳକୁଡିଆ ଘର ଥିବା ସମସ୍ତ ପଡାବାସୀଙ୍କ  ସର୍ଭେ ତାଲିକାରେ ନାମ ନଥିବା ଅଭିଯୋଗ ହୋଇଛି । ୨୦୧୧ ସର୍ଭେ ତାଲିକାରେ ତୃଟି ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକୃତ ତଥା ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ । ସରକାରଙ୍କ ଘୋଷଣାର ନିର୍ଦ୍ଧାରିତ ସମୟ ମଧ୍ୟରେ ପଡାବାସୀ ପଞ୍ଚାୟତର ସରପଞ୍ଚଙ୍କୁ ଏକତ୍ର ଭାବେ ସମସ୍ତ ପ୍ରମାଣପତ୍ର ଦେଇଥିଲେ ହେଁ ଅଦ୍ୟାବଧି  ସେମାନଙ୍କୁ ତାଲିକାଭୁକ୍ତ  କରାଯାଇନାହିଁ । ତୁରନ୍ତ ସାମାଜିକ, ଅର୍ଥନୈତିକ ଓ ଜାତିଗତ ଜନଗଣନା ତାଲିକାରରେ ଥିବା ତୃଟି ସଂଶୋଧନ କରି ପ୍ରକୃତ ତଥା ଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକା ଭୁକ୍ତ କରା ନଗଲେ ଆଗାମୀ ଦିନରେ ଗ୍ରାମବାସୀ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ  ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.