ପାଣିଭଣ୍ଡାର ଗାଁରେ ଗୁଳିମାଡ ୨ ମୃତ ଓ ୨ ଆହତ

0

14-07-18-NAYAGADA-W.jpg - 51.23 kB

ନୟାଗଡ଼/ବିଶ୍ୱଜିତ  ନାୟକ : ଶରଣକୁଳ ଥାନା ପାଣିଭଣ୍ଡାର ଗାଁରେ ଗୁଳିମାଡ ହୋଇଛି | ଏହି ଘଟଣାରେ ୨ ଜଣ ପ୍ରାଣ ହରାଇଥିବା ବେଳେ  ୨ ଆହତ ହୋଇଛନ୍ତି |  ରାସ୍ତା ଉପରେ ଯାଉଥିବା ପାଣିକୁ ଅନ୍ୟ ଆଡେ ବାଟେଇବା  ଘଟଣାକୁ ନେଇ ପାଣିଭଣ୍ଡାର ଓ ବଧି ସାହି ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା | ପରେ ବିବାଦ ଉଗ୍ରରୂପ ନେଇଥିଲା | ଗୋଟିଏ ଗାଁର ଲୋକ ଗୁଳିମାଡ କରିଥିଲେ ଫଳରେ ପାଣିଭଣ୍ଡାର ଗାଁ ର ୪ ଜଣକ ଦେହରେ ଗୁଳି ବାଜିଥିଲା |  ପ୍ରଥମେ ଆହତମାନଙ୍କୁ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଚିକିତ୍ସା କରାଯାଇଥିଲା |  ପରେ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା | ସେଠାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି |  ମୃତ ୨ ଜଣ ହେଲେ ପାଣିଭଣ୍ଡାରର ସିଲୁ ପ୍ରଧାନ ଓ ରାମଚନ୍ଦ୍ର ପ୍ରଧାନ ବୋଲି ଜଣ ପଡିଛି |ଘଟଣାସ୍ଥଳରେ ଉତେଜନା ଲଗିରହିଥିବା ବେଳେ ପୋଲିସ ମୁତୟନ  କରାଯାଇଛି ପରିସ୍ଥି ଉପରେ କଡା ନଜର ରଖାଯାଇଛି | 

Leave A Reply

Your email address will not be published.