ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍‍ ସାମୁଦାୟିକଙ୍କ ସୃଜନଶୀଳ କାର୍ଯ୍ୟ ଫଳରେ କମ୍ପାନୀର ଆଖିଦୃଶିଆ ସଂଚୟ ହାସଲ

0

14-07-18-rkl.jpg - 46.96 kB

Rourkela/Sushanta Behera : ରାଉରକେଲା ଇସ୍ପାତ କାରଖାନାର ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍‍ର ଉଦ୍ୟୋଗୀ ସାମୁଦାୟିକଙ୍କ ଅଭିନବ ପ୍ରଚେଷ୍ଟା ଯୋଗୁଁ ମାତ୍ର ୨୮ ଦିନର ସ୍ୱଳ୍ପ ସମୟ ମଧ୍ୟରେ ସଂପୂର୍ଣ୍ଣ ରୂପେ ଖରାପ ହୋଇ ପଡିଥିବା ୧୪୨୫ ନମ୍ୱର ଲୋକୋକୁ ସଫଳତାର ସହ ପୁନଃଉଦ୍ଧାର କରି ଏହାକୁ କାର୍ଯ୍ୟକ୍ଷମ କରିଥିଲେ ।

ସୂଚନାଯୋଗ୍ୟ ଯେ, ଉକ୍ତ ଲୋକୋର ଅପରେଟର କ୍ୟାବିନ, କ୍ୟାବିନ ଡୋର, ବ୍ୟାଟେରୀ ବକ୍ସ , ପ୍ଲାଟଫର୍ମ ଏବଂ ହ୍ୟାଣ୍ଡରେଲିଂ ପ୍ରାୟତଃ ନଷ୍ଟ ହୋଇପଡିଥିଲା ଏବଂ ଏହି ଲୋକୋକୁ ନବୀକରଣ ପାଇଁ ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍‍କୁ ପଠାଯାଇଥିଲା ।ଉକ୍ତ ବିଭାଗର କର୍ମଚାରୀମାନେ ଏହି ଆହ୍ୱାନମୂଳକ କାର୍ଯ୍ୟକୁ ହାତକୁ ନେଇ ସଫଳତାର ସହ ସୁରକ୍ଷିତ ଭାବେ ଏହାର ନବୀକରଣ କରି ଏହାକୁ ଚଳନକ୍ଷମ କରିଥିଲେ ।

Leave A Reply

Your email address will not be published.