ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

0

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି 

ଭଦ୍ରକ( ସତ୍ୟଭୁଷଣ ସ୍ୱାମୀ)  :ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ  ପବିତ୍ର ୯୦ତମ ଶ୍ରାଦ୍ଧ ଦିବସରେ ସ୍ୱର୍ଗତ ଆତ୍ମାକୁ ଭଦ୍ରକର ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଭଦ୍ରକର ଅଗ୍ରଣୀ ସଂଗଠନ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ, ଭଦ୍ରକ ପୁସ୍ତକ ମେଳା କମିଟି, ଭଦ୍ରକ ପୂଜ୍ୟ ପୂଜା ସଂସଦ, ଉକ୍ରଳ ସମ୍ମିଳନୀ ଭଦ୍ରକ ଶାଖା ପ୍ରମୁଖର କର୍ମକର୍ତ୍ତା ଅଜୟ ନାୟକ, ଅକ୍ଷୟ ବାରିକ୍, ବୈଲୋଚନ ବେହୁରିଆ, ଗୋବର୍ଦ୍ଧନ ସାମଲ, ରୂପକ ବିହାରୀ ରାୟ, ଚର୍ଚ୍ଚିକା ପ୍ରସାଦ ମହାପାତ୍ର, ରଜତ ସାହୁ ପ୍ରମୁଖ ଡାହାଣିଗଡିଆ ଛକ ଏବଂ ଭଦ୍ରକ କୋର୍ଟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ସ୍ୱର୍ଗତ ବରପୁତ୍ରଙ୍କ ସ୍ମୃତି ଚାରଣ କରିଥିଲେ ।  

Leave A Reply

Your email address will not be published.